ଚାକିରୀ କରାଇ ଦେବା ନାଁରେ ଠକେଇ ଅଭିଯୋଗ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପାଠକ ବାପା-ପୁଅ କୋର୍ଟରେ ହାଜର

Published By : Prameya-News7 Bureau | April 15, 2021 IST

ବ୍ରହ୍ମପୁର ୧୫।୪: ବ୍ରହ୍ମପୁର କୋର୍ଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ  ହାଜର ହୋଇଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରୀ କରାଇଦେବା ନାଁରେ ୬ ଲକ୍ଷ ଟଙ୍କା ଠକି ନେଇଥିବା ବୈଦ୍ୟନାଥପୁର ଥାନାରେ ଜନୈକ କନେଷ୍ଟବଳ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ କରୁଛି । ଗୁରୁବାର ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ପାଠକ ବାପା-ପୁଅ ହାଜର ହୋଇଛନ୍ତି ।

{"id":438867,"width":838,"height":471,"sizeSlug":"large","linkDestination":"none"}

୨୦୨୦ ମସିହା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଟଙ୍କା ଦେଇଥିଲେ । ୨୦୨୦ ମସିହା ଅପ୍ରେଲ ୧୧ ତାରିଖରେ ଚାକିରୀରେ ଚୟନ ହୋଇଥିବା ନେଇ କଲ୍ ଆସିଲାନି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଚାକିରୀ ସଂପର୍କରେ ଜଣାଇଲେ । ବିଧାୟକ ୬ ଲକ୍ଷ ଟଙ୍କା ଦେଲେ ଟ୍ରେନିଂ ହେବ କହିଲା ପରେ ନଗଦ ଏକ ଲକ୍ଷ ଟଙ୍କା ଦେଇଥିଲେ । ପରେ ୨୦୨୦ ମସିହା ଅଗଷ୍ଟ ୫ତାରିଖରେ ଏସବିଆଇରୁ ୪ ଲକ୍ଷ ୩୩ ହଜାର ୫୮୭ ଟଙ୍କା ବ୍ୟକ୍ତିଗତ ଲୋନ୍ ଆଣି ଦେଇଥିବା ମାମଲାରେ ଉଲ୍ଲେଖ କରିଛନ୍ତି । ଏଭଳି ଭାବେ  ୬ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ।

{"id":438866,"width":841,"height":463,"sizeSlug":"large","linkDestination":"none"}

ଅନ୍ୟପଟେ ଏହି ଘଟଣା ସଂପୂର୍ଣ୍ଣ ମିଥ୍ୟା ବୋଲି ଅଭୟ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ କୋର୍ଟରେ ଯୁକ୍ତି ବାଢିଥିଲେ । ମିଥ୍ୟା ମାମଲାରେ ଆମ ପରିବାରକୁ ଫସାଇ ହଇରାଣ ହରକତ କରାଯାଇଛି ।  ଏହି ମାମଲାରୁ ମୁକ୍ତ କରନ୍ତୁ । ରାଜ୍ୟ ଛାଡି ବାହାରକୁ ପଳାଇବୁ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ସେପଟେ ମାମଲାକୁ ଭିତ୍ତି କରି ଅଦାଲତଙ୍କୁ ଜଣାଇଛୁ । ରାୟକୁ ଅପେକ୍ଷା କରିଥିବା କହିଛନ୍ତି ଓକିଲ ପ୍ରଦୀପ ପାଣିଗ୍ରାହୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.