ନାରୀ ନିର୍ଯାତନା ସ୍ଥିତି ବିବ୍ରତ କଲା, ତେଣୁ ଧୈର୍ଯ୍ୟଚ୍ୟୁତ ହୋଇ ନିଆଁ ଲଗାଇବା କଥା କହିଦେଲି : ପ୍ରଦୀପ ମାଝୀ

Published By : Prameya-News7 Bureau | December 28, 2019 IST

କୋରାପୁଟ ୨୮/୧୨: ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ୍‌ ହେଉଛି । ତେଣୁ ଧୈର୍ଯ୍ୟଚ୍ୟୁତ ହୋଇ ଏଭଳି ମନ୍ତବ୍ୟ ଦେଇଥିଲି ବୋଲି କହିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ବେଳେ  ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ପ୍ରଦୀପ ମାଝୀ ଆଇସିସିର ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି । ସେପଟେ ନବରଙ୍ଗପୁର ବନ୍ଦପାଳନ ବେଳେ ଯେଉଁ କାରକୁ କଂଗ୍ରେସ କର୍ମୀ ନିଆଁ ଲଗାଇଥିଲେ ସେ କାର ସଂପର୍କରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ନ୍ୟୁଜ୍ ସେଭେନ୍ ଷ୍ଟିଙ୍ଗ ଅପରେସନ୍‌ରେ ଏହାର ଖୁଲାସା ହୋଇଛି ।…

{"id":203776,"sizeSlug":"large"}

ଧୈର୍ଯ୍ୟଚ୍ୟୁତ ହେଲା ତେଣୁ ଏପରି ନିଆଁ ଲଗାଇବା କଥା କହିଦେଲି । ନବରଙ୍ଗପୁର ବନ୍ଦ ଡାକରା ବେଳେ ନିଆଁ ଲଗା ମନ୍ତବ୍ୟ ଦେଇ ବିବାଦ ଭିତରକୁ ଆସିଥିବା ପ୍ରଦୀପ ମାଝୀ ଏଆଇସିସିକୁ ଦେଇଥିବା ଉତ୍ତରରେ ଏପରି ଲେଖିଛନ୍ତି । ପ୍ରଦୀପ ଲେଖିଛନ୍ତି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ନାରୀଙ୍କ ଇଜ୍ଜତ ଲୁଟ୍ ହେଉଛି । ତେଣୁ ଧର୍ଯ୍ୟଚ୍ୟୁତ ହୋଇ ଏଭଳି କଥା କହିଥିଲି।  ଏଣିକି କଂଗ୍ରେସ ଆଦର୍ଶକୁ ପାଳନ କରିବି । ନବରଙ୍ଗପୁର ବନ୍ଦ ବେଳେ ପ୍ରଦୀପ ଜଣେ ସମର୍ଥକଙ୍କୁ ଡିଜେଲ, ପେଟ୍ରୋଲ୍‌ ରେଡି କରି ରଖିଥାଅ । ନିର୍ଦ୍ଦେଶ ଦେଲେ ନିଆଁ ଲଗାଇବ ବୋଲି କହୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।

{"id":203777,"sizeSlug":"large"}

ଏହାପରେ ବିରୋଧୀ କଂଗ୍ରେସ ଓ ପ୍ରଦୀପଙ୍କୁ ସମାଲୋଚନା କରିଥିଲେ ।  ପରେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରିଥିଲା । ଏନେଇ ଆଇଆସିସି ପ୍ରଦୀପଙ୍କୁ ସ୍ପଷ୍ଟୀ କରଣ ମାଗିଥିଲା । ପ୍ରଦୀପ ପିସିସି ଜରିଆରେ ତାଙ୍କ ଉତ୍ତର ଦେଇଛନ୍ତି । ପ୍ରଦୀପଙ୍କ ପ୍ରତିକ୍ରିୟା ମିଳିନଥିଲେ ବି ସେ ତାଙ୍କ ସ୍ପଷ୍ଟୀକରଣରେ ଏହା ହିଁ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି । ସେପଟେ ବିଜୁ ବାବୁ ଯେଉଁ ଅଫିସରଙ୍କୁ ମାଡ ମାର କଥା କହିଥିଲେ । ବିଜୁଙ୍କ ନାଁରେ କେତେଟା ମାମଲା ରୁଜୁ ହୋଇଥିଲା ବୋଲି ଓଲଟା ପ୍ରଶ୍ନ କରିଛନ୍ତି ନିରଞ୍ଜନ ।

{"id":203778,"sizeSlug":"large"}

ସେପଟେ ନବରଙ୍ଗପୁର ବନ୍ଦ ବେଳେ କାର ପୋଡି ଘଟଣାର ରହସ୍ୟ ସାମ୍ନାକୁ ଆସିଛି । ନ୍ୟୁଜ୍‌ ସେଭେନ୍ ଷ୍ଟିଙ୍ଗ ଅପରେସନ୍‌ରେ ଧରାପଡିଛି ଯେ ପୋଡା ଯାଇଥିବା ନାଲି କାରଟି ଏକ ପରିତ୍ୟକ୍ତ କାର । ଏହି କାରର ନା କେହି ମାଲିକ ଥିଲେ ନା କେହି ଦାବିଦାର । କାରଟି ଏକ କବାଡିଆ ଦୋକାନରୁ ଆଣି ଖାଲି ସ୍ଥାନରେ ରଖି ପୋଡିଥିଲେ କଂଗ୍ରେସ କର୍ମୀ । ଆନ୍ଦୋଳନକୁ ଉଗ୍ର ରୂପ ଦେଖାଇବା ପାଇଁ ଏଭଳି ଯୋଜନା ହୋଇଥିଲା । ପ୍ରଦୀପ ମାଝୀଙ୍କ ମନ୍ତବ୍ୟ ଓ ସ୍ପଷ୍ଟୀକରଣକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି । ଠିକ୍‌ ସେହିଭଳି ଚର୍ଚ୍ଚା ଚାଲିଛି ଆନ୍ଦୋଳନ ସମୟରେ କାର ପୋଡାକୁ ନେଇ ।

{"id":203779,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.