ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରସଙ୍ଗ ; ମନ୍ତ୍ରୀ କହିଲେ ନୋ କମେଣ୍ଟ

Published By : Prameya-News7 Bureau | January 01, 2019 IST

ଭୁବନେଶ୍ବର ୦୧|୦୧: ପିପିଲି ଗଣଦୁଷ୍କର୍ମ ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନାକଲେ ମନ୍ତ୍ରୀ ପ୍ରଦୀପ ମହାରଥୀ । ମନ୍ତ୍ରୀ କହିଲେ ନୋ କମେଣ୍ଟ । ମନ୍ତବ୍ୟକୁ ନେଇ ପୂର୍ବରୁ ଦୁଃଖ ପ୍ରକାଶ କରିସାରିଛନ୍ତି ମନ୍ତ୍ରୀ ମହାରଥୀ । ନୂଆବର୍ଷ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ପ୍ରଦୀପ ମହାରଥୀ ।

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଗତ ୨୪ତାରିଖରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ତେବେ ୨ ଅଭିଯୁକ୍ତ ଭାଇ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଲା ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ତେବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମାମଲାରେ ଦୋଷୀକୁ ପ୍ରଶୟ ଦେବା ନେଇ ମନ୍ତ୍ରୀ ମହାରଥୀଙ୍କ ନାଁରେ ଅଭିଯୋଗ ଥିଲା । ଆଉ କୋର୍ଟଙ୍କ ରାୟ ଆସିବା ପରେ ମହାରଥୀଙ୍କ ବୟାନକୁ ନେଇ ଚର୍ଚ୍ଚା ଚାଲିଥିଲା । ପରେ ମନ୍ତ୍ରୀ ମହାରଥୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.