ଗିରଫ ହେବା ପୂର୍ବରୁ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟା-"ମୁଁ କି ଦଳ ଏଥିରେ ସମ୍ପୃକ୍ତ ନୁହଁ"

Published By : Prameya-News7 Bureau | April 22, 2019 IST

ପୁରୀ ୨୨/୪ : ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପିପିଲି ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଆଜି ପିପିଲି ପୋଲିସ ଗିରଫ କରିଛି | ଗିରଫ ହେବା ପୂର୍ବରୁ ପ୍ରଦୀପ ମହାରଥୀ ନିଜର ପ୍ରତିକ୍ରିୟା ରଖିଥିଲେ | ସେ ନିଜ ଫେସବୁକ ପେଜରେ ଏକ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଯେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ ମହାରଥୀଙ୍କ ଫାର୍ମ ହାଉସରେ ଚଢ଼ାଉ କରିଥିଲେ |

wp:core-embed/facebook {"url":"https://www.facebook.com/NEWS7Odia/videos/975493969321411/","type":"video","providerNameSlug":"facebook","className":""}
https://www.facebook.com/NEWS7Odia/videos/975493969321411/
/wp:core-embed/facebook

ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଏକ ଟିମ ମହାରଥୀଙ୍କ ଫାର୍ମ ହାଉସ ଗେଟରେ ତାଲା ପଡିଥିବା ବେଳେ ତାଲା ଭାଙ୍ଗି ଭିତରକୁ ପଶିଥିଲେ | ସେତେବେଳେ ଫାର୍ମ ହାଉସରେ ଲାଇନ ନଥିଲା | ଯେହେତୁ ଗତକାଲି ସନ୍ଧ୍ୟାରେ ପିପିଲିରେ ଝଡ଼ବାତ୍ୟା ହୋଇଥିଲା, ପୁରା ଅଂଚଳରେ ଲାଇନ ନଥିଲା | ସମ୍ପୂର୍ଣ ପିପିଲି ଅନ୍ଧକାରରେ ବୁଡି ରହିଥିଲା | ଏତିକିବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ ତାଙ୍କ ଫାର୍ମ ହାଉସ ଗେଟ ତାଲା ଭାଙ୍ଗି ଚଢ଼ାଉ କରିଥିଲେ | ଏତେ ରାତିରେ ଫାର୍ମ ହାଉସ କଣ କରୁଛ ବୋଲି ଫାର୍ମ ହାଉସରେ ଥିବା ଯୁବକମାନଙ୍କୁ ଚଢ଼ାଉ ଟିମ ପ୍ରଶ୍ନ କରିଥିଲା | ଏତିକିରେ ଉଭୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ ଏବଂ ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଯୁକ୍ତିତର୍କ ପରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା |


ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ, ମର୍ମାହତ ବୋଲି କହିଛନ୍ତି ମହାରଥୀ | ତେବେ ଏଭଳି ପରିସ୍ଥିତି ଦଳ କିମ୍ବା ସେ ନିଜେ ସମ୍ପୃକ୍ତ ନୁହନ୍ତି ବୋଲି କହିଥିଲେ ମହାରଥୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.