ଅଦାଲତରେ ଅସୁସ୍ଥ ହୋଇପଡିଲେ ପ୍ରଦୀପ ମହାରଥୀ

Published By : Prameya-News7 Bureau | April 22, 2019 IST

ପିପିଲି ଜେଏମଏଫସି କୋର୍ଟରେ ହାଜର ବେଳେ ଅସୁସ୍ଥ ହୋଇପଡିଛନ୍ତି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ରବିବାର ରାତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ଆକ୍ରମଣ କରିବା ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ଆଜି ପିପିଲି ପୋଲିସ ଗିରପ କରିଥିଲା। ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ତାଙ୍କ ବିରୋଧରେ ପୋଲିସ ଲଗାଇଛି।

ମହାରଥୀଙ୍କୁ କୋର୍ଟ ଚାଲାଣ ବେଳେ ପୁରୀ ଏସପି କହିଛନ୍ତି ଯେ, ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କ ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ପୋଲିସ ପାଖରେ ରହିଛି। ଗତ କାଲି ରାତିରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପ୍ରଦୀପ ମହାରଥୀଙ୍କ ପିପିଲି ଫାର୍ମହାଉସ୍‌ ଉପରେ ଚଢାଉ କରିଥିଲା। ଚଢାଉ ବେଳେ ନିଜେ ପ୍ରଦୀପ ମହାରଥୀ ଉପସ୍ଥିତ ଥିଲେ।

ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ଆକ୍ରମଣ କରିବା ପାଇଁ ସେ ତାଙ୍କ ଲୋକଙ୍କୁ ପ୍ରତ୍ସାହିତ କରିଥିଲେ। ଫ୍ଲାଇଙ୍ଗ ସ୍କ୍ୱାର୍ଡର କ୍ୟାମେରା ଭାଙ୍ଗିବା ସହ କାର୍ଯ୍ୟ ନିର୍ବାହି ମାଜିଷ୍ଟ୍ରେଟ ରବିନ୍ଦ୍ର ନାରାୟଣ ପାତ୍ରଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ରବିନ୍ଦ୍ର ଆହାତ ହେବା ସହ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ଗିରଫ ହେବା ପୂର୍ବରୁ ମହାରଥୀ ତାଙ୍କ ଫେସବୁକ୍‌ ପେଜରେ ଲାଇଭ୍‌ କରି କହିଥିଲେ ଯେ, ଏହି ଘଟଣା ସହିତ ତାଙ୍କର ବା ବିଜୁ ଜନତା ଦଳର କୌଣସି ସଂପୃକ୍ତି ନାହିଁ। ଜେଏମଏଫସି ଅଦାଲତରେ ଅସୁସ୍ଥ ହୋଇପଡିଥିବା ମହାରଥୀଙ୍କୁ ହସପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.