Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଉପକୂଳ ସୁରକ୍ଷା ପାଇଁ ପାରାଦୀପରେ ଚାଲିବ ୨ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ

6/11/2020 at 9:41 AM

ପାରାଦୀପ୬/୧୧: ଉପକୂଳ ସୁରକ୍ଷା ପାଇଁ ପାରାଦୀପରେ ଚାଲିବ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଗର କବଚରେ ସାମିଲ ହୋଇଛନ୍ତି । ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ ଓ ଓଡ଼ିଶା ପୋଲିସ। ୨୬ / ୧୧ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନେ ମୁମ୍ବାଇରେ ପ୍ରବେଶ କରିବା ପାଇଁ ଜଳପଥର ସାହାଯ୍ୟ ନେଇଥିଲେ। ତେବେ ମୁମ୍ବାଇ ଆକ୍ରମଣ ସମସ୍ତ ଉପକୂଳକୁ ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ପ୍ରତିବର୍ଷ ସାଗରକବଚ ନାମରେ ମିଳିତ ସମରାଭ୍ୟାସ କରାଯାଇ ଆସୁଅଛି।

ସେହିପରି ପାରାଦୀପ ଉପକୂଳ ସୂରକ୍ଷା ପାଇଁ ଭାରତୀୟ ତଟରକ୍ଷୀବାହିନୀ ସଦାସର୍ବଦା ସଜାଗ ହୋଇ ରହିଥିବା ବେଳେ ପାରାଦୀପ ମେରାଇନ ପୋଲିସ ମଧ୍ୟ ସମୁଦ୍ର ଉପକୂଳରେ ସୂରକ୍ଷା ଦେଉଛନ୍ତି। ପାରାଦୀପରେ ମାଛଧରା ବନ୍ଦର ଥିବାରୁ ହୁଏତ ଅନ୍ୟ କୌଣସି ରାଜ୍ୟ ରୁ ମାଛଧରା ବୋର୍ଟ ସାହାଯ୍ୟରେ ଆତଙ୍କବାଦୀ ପ୍ରବେଶ କରି ପାରନ୍ତି ସେଥିପାଇଁ ମେରାଇନ ପୋଲିସ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି।

ତେଣୁ ପୂର୍ବରୁ ମାଛଧରା ବନ୍ଦରରେ ଏ ନେଇ ଡାକବାଜି ଯନ୍ତ୍ର ଦ୍ବାରା ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ମତ୍ସ୍ୟ ସଙ୍ଘ ପକ୍ଷରୁ ଅବଗତ କରାଯାଇଥିଲା। ତେଣୁ ସମସ୍ତ ବୋର୍ଟ ମାନଙ୍କ କାଗଜପତ୍ର ସହିତ ବୋର୍ଟ ଡ୍ରାଇଭର ମାନଙ୍କର ଲାଇସେନ୍ସ ସହିତ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଉଛି। ସେହିପରି ସ୍ଥଳ ଭାଗର ସୂରକ୍ଷା ଦେଇ ଆସୁଥିବା ଓଡ଼ିଶା ପୋଲିସ ପକ୍ଷରୁ  ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପାରାଦୀପରେ ଥିବା ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚେକିଂ ମଧ୍ୟ କରାଯାଉଛି। କେବଳ ସେତିକି ନୁହେଁ ସ୍ଥଳ ଭାଗରେ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥକୁ କଡ଼ାକଡ଼ି ଯାଞ୍ଚ ମଧ୍ୟ କରାଯାଉଛି ।  ଚଳିତ ବର୍ଷ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ପକ୍ଷରୁ ସାଗରକବଚ ନାମରେ ଦୁଇ ଦିନିଆ ସମରାଭ୍ୟାସ ଚାଲୁଥିବା ବେଳେ ପାରାଦୀପ ଉପକୂଳରେ ମଧ୍ୟ ସମରାଭ୍ୟାସ ଜାରି ରହିଛି।

   Related Posts