Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘କସୌଟି ଜିନ୍ଦେଗୀ କି’ ଫେମ୍ ପ୍ରାଚୀନ ଚୌହାନଙ୍କୁ ମିଳିଲା ଜାମିନ

5/07/2021 at 10:28 AM

ନୂଆଦିଲ୍ଲୀ ୦୫/୦୭: ନିକଟରେ ପ୍ରସିଦ୍ଧ ଟିଭି ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ସହିତ ଛୋଟ ପରଦାରେ ଡେବ୍ୟୁ କରିଥିବା ଅଭିନେତା ପ୍ରାଚୀନ ଚୌହାନଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ୨୨ ବର୍ଷୀୟ ପୀଡିତାଙ୍କ ଅଭିଯୋଗ ପରେ ଏହି ଅଭିନେତାଙ୍କୁ ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଗିରଫ କରିଥିଲା। ଏଥି ସହ ଅଭିନେତା ଏହି ମାମଲାରେ ଜାମିନ ପାଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି।

PunjabKesari

ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୩୪୨, ୩୨୩, ୫୦୬ (୨) ଅନୁଯାୟୀ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଟିଭି ଇଣ୍ଡଷ୍ଟ୍ରିରୁ ଏହିପରି ତୃତୀୟ ମାମଲା ସାମ୍ନାକୁ ଆସିଛି। ଏହାପୂର୍ବରୁ କରଣ ମେହେରା, ପର୍ଲ ଭି ପୁରୀ ମଧ୍ୟ ଜେଲର ହୱା ଖାଇଛନ୍ତି।

PunjabKesari

ଅଭିନେତା ପର୍ଲ ଭି ପୁରୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କିନ୍ତୁ ପରେ ଅଭିନେତା ଜାମିନ ପାଇଥିଲେ। ପର୍ଲ ଭି ପୁରୀ ଗିରଫ ହେବା ପରେ ଟିଭି ଇଣ୍ଡଷ୍ଟ୍ରି ଦୁଇଟି ଦଳରେ ବିଭକ୍ତ ହୋଇଯାଇଥିଲା। କିଛି ସେଲିବ୍ରେଟ୍ ତାଙ୍କୁ ଗୋଟିଏ ପଟେ ସମର୍ଥନ କରୁଥିବାବେଳେ କିଛି ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ।

ଏଥି ସହ କରଣ ମେହେରା ତାଙ୍କ ପତ୍ନୀ ନିଶା ରାୱଲଙ୍କୁ ମରାଧରା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହା ପରେ ସେ ପତ୍ନୀ ନିଶା ରାୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ

   Related Posts