Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ପ୍ରଚଣ୍ଡଙ୍କ ଗୁରୁତର ଅଭିଯୋଗ, କହିଲେ NCP ଭାଙ୍ଗିବାକୁ କରୁଛନ୍ତି ଷଡ଼ଯନ୍ତ୍ର !

25/07/2020 at 4:51 PM

କାଠମାଣ୍ଡୁ ୨୫।୭: ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏବଂ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଏବେ ପ୍ରଧାନମନ୍ତ୍ରୀ ଓଲି ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବାର ପ୍ରଚଣ୍ଡ ଗୁରୁତର ଅଭିଯୋଗ ଆଣିଛନ୍ତି।  ଶ୍ରେଷ୍ଠ ଓ ନରବାହାଦୂର କର୍ମଚାର୍ଯ୍ୟଙ୍କ ସ୍ମୃତି ଦିବସ ଲାଗି କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ପ୍ରଚଣ୍ଡ ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି।

ପ୍ରଚଣ୍ଡ କହିଛନ୍ତି ଯେ ପାର୍ଟିରେ ଉପୁଜିଥିବା ପରିସ୍ଥିତି ସମାଧାନ ଲାଗି ଗୋଟିଏ ପଟେ ଉଦ୍ୟମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଓଲିଙ୍କ ନିର୍ଦ୍ଦେଶରେ ତାଙ୍କ ଲୋକେ ନିର୍ବାଚନ କମିଶନରେ ସିପିଏନ-ୟୁଏମଏନ ନାମରେ ଏକ ନୂଆ ପାର୍ଟି ପଞ୍ଜିକରଣ କରାଇସାରିଲେଣି। ଏଥିଲାଗି ଜୁଲାଇ ୧ ତାରିଖରେ ସନ୍ଧ୍ୟା ତିୱାରୀ ନାମ୍ନୀ କେହି ଜଣେ ପାର୍ଟି ପଞ୍ଜିକରଣ କରାଇଥିବା କହିଛନ୍ତି ପ୍ରଚଣ୍ଡ।

ପ୍ରଚଣ୍ଡ ଏପରି ଅଭିଯୋଗ ଆଣିବା ପରେ ଓଲିଙ୍କ ଆଶନ ବର୍ତ୍ତିଯିବ ବୋଲି ଯେଉଁ ଆଶା କରାଯାଉଥିବା ତାହା ଏବେ ମଉଳିଯାଇଛି। କେବଳ ଓଲି ନୂଆ ପାର୍ଟି ପଞ୍ଜିକରଣ କରାଇଛନ୍ତି ତା ନୁହେଁ ପାର୍ଟିର ଅନ୍ତରିଣ ଅସନ୍ତୋଷ ସମାଧାନ ବାଟ ଖୋଜା ଚାଲିଥିବା ବେଳେ ଛାତ୍ର ଓ ଲୋକଙ୍କୁ ଉସକାଇ ସାରା ଦେଶରେ ଜନଆନ୍ଦୋଳନ ମଧ୍ୟ ଛିଡା କରିଥିବାର ପ୍ରଚଣ୍ଡ ଅଭିଯୋଗ କରିଛନ୍ତି।

ପାର୍ଟିର ନୀତିକୁ ନେଇ ଆଲୋଚନାରେ ଲୋକଙ୍କ ଆନ୍ଦୋଳନର ଆବଶ୍ୟକତା କଣ ବୋଲି ପ୍ରଚଣ୍ଡ ପ୍ରଶ୍ନ କରିଥିବା ବେଳେ ଏପରି ଆନ୍ଦୋଳନ ପଛରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପକ୍ଷର ଲୋକଙ୍କ ହାତ ଥିବାର କହିଛନ୍ତି। ଏଣୁ ନେପାଳ ରାଜନୈତିକ ସଂକଟ ଦୂର ହେଉଥିବାର ଯାହା ଆଶଙ୍କା କରାଯାଉଥିଲା ତାହା ଏବେ ଏନସପିକୁ ଦୁଇଫାଳ କରିବାକୁ ଯାଉଥିବା ଦେଖାଗଲାଣି। ଏଥିରୁ ଓଲିଙ୍କ ଚେୟାର ବର୍ତ୍ତିବା ବଦଳେ ଡେମୋକ୍ଲିସ୍ ଖଣ୍ଡା ତଳେ ପହଞ୍ଚିଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ କହିଲେଣି।  

   Related Posts