ବିଜେପିରେ ଯୋଗ ଦେବାପରେ ପ୍ରବୀଣ ଭଞ୍ଜଦେଓଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଦୁର୍ନୀତିରେ ବିଜେଡି ବୁଡିଯାଇଛି
3/04/2019 at 10:06 PM

ଭୁବନେଶ୍ବର୩/୪ : ‘ରାଜନୀତିରେ ଆସି ବଜିୁ ଜନତା ଦଳରେ ଯୋଗଦେବା ପୁବର୍ରୁ ମୁଁ ଭାବଥିଲି ମୟୁରଭଞ୍ଜ ପାଇଁ ଏବଂ ଓଡିଶା ପାଇଁ କିଛି ସହଯୋଗ କରିପାରିବି ସେଥିପାଇଁ ମୁଁ ବେିଜଡିରେ ଯୋଗ ଦେଇଥିଲି । ମୁଁ ଭାବଥିଲି ବେିଜଡି ଦଳ ନିର୍ମଳ ଏବଂ ସ୍ବଚ୍ଛ ଦଳ । କିନ୍ତୁ ୨୦୦୯ ମସିହାରୁ ୨୦୧୪ ମସିହା ମଧ୍ୟରେ ୫ ବର୍ଷରେ ମୁଁ ବଜୁ ଜନତା ଦଳ ପାଇଁ ବହୁତ କାମ କରିବା ସହ ଦଳ କିଭଳି ପ୍ରଗତି କରିବ ସେ ଦିଗରେ କାର୍ଯ୍ୟ କରୁଥିଲି । ସୁବର୍ଣ୍ଣରେଖା ପ୍ରକଳ୍ପ ସାରିବା ପାଇ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲି । ଯେଉଁ ଦେଢ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ତାହା ଦୀର୍ଘ ୩୨ ବର୍ଷ ବତିଗଲେ ମଧ୍ୟ ଆଜି ଯାଏଁ ଚାଷ ଜମିକୁ ପାଣି ଯାଇପାରିଲା ନାହିଁ ଏବଂ ଯେଉଁଠି ବି କାମ ସରିଛି ତାହା ଅତ୍ୟନ୍ତ ନିମ୍ନମାନର ବୋଲି କହିଛନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ । ମୋରଡାରୁ ଟିକେଟ ନମିଳିବା ଆଶଂକାରେ ପ୍ରୀଣ ଭଞ୍ଜଦେଓ ବିଜେଡି ଛାଡି ବିଜେପିରେ ଯୋଗ ଦେବାପରେ ଆଜି ବିଜେପି କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ।

ବିଜେଡି ଦଳର କାର୍ଯ୍ୟକର୍ତାମାନେ କଟ୍ରାକ୍ଟର ସାଜି ଲୋକ ଦେଖାଣିଆ କାମ କରି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି । ବେିଜଡି ଦଳରେ କେବଳ ଭ୍ରଷ୍ଟାଚାର ହିଁ ଅଛି । ମୟୁରଭଂଜକୁ ଅଣଦେଖା କରିବା ସହ ବକିାଶ କରିବାରେ ବିଫଳ ହୋଇଛି ବେିଜଡି ଓ ନବୀନ ବାବଙ୍କୁର ରାଜ୍ୟ ସରକାର । ସେଥିପାଇଁ ସେ ବେିଜଡି ଛାଡି ବେିଜପିରେ ଯୋଗଦେଲେ ବୋଲି କହିଛନ୍ତି ଗତକାଲି ବେିଜଡି ଛାଡି ବେିଜପିରେ ଯୋଗଦେଇଥିବା ପୁବର୍ତନ ମନ୍ତ୍ରୀ ପ୍ରବୀଣ ଭଂଜଦେଓ ।

ଶ୍ରୀ ଭଂଜଦେଓ କହିଛନ୍ତି ଯେ ରାଜ୍ୟ ବଧିାନସଭାରେ ଚାରା ଘୋଟାଲା ଉଠିଥିଲା ହେଲେ ମୁଖ୍ୟମନ୍ତ୍ରୀ ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀ ବକିାଶ ପରିଷଦ ଗଠନ କରିଥିଲେ । ହେଲେ ଜିଲ୍ଲାର ସବୁ ଅନୁସୂଚିତ ଆଦିବାସୀମାନଙ୍କ ପାଇଁ ଯେଉଁ ବାଜା କିଣିଥିଲେ ତାହା ଅତ୍ୟନ୍ତ ନିମ୍ନମାନର । ମୟୁରଭଞ୍ଜ ଜିଲ୍ଲା ଏକ ଚାଷ ପ୍ରବଣ ଜିଲ୍ଲା , କିନ୍ତୁ ସେଠାରେ ଦୀର୍ଘ ୭୦ ବର୍ଷ ବତି ଯାଇଥିଲେ ମଧ୍ୟ ସ୍ଥାନୀୟ କୃଷିଭିତିକ ଶିଳ୍ପ କିମ୍ବା କଳକାରଖାନା ଟିଏ ବସିପାରିଲା ନାହିଁ ।

ଚିଟଫଣ୍ଡ ଠକେଇରେ ମୟୁରଭଞ୍ଜ ଜିଲ୍ଲାର ଅନେକ ଗରିବ ଆଦିବାସୀ ପରିବାର, ଚାଷୀ ପରିବାର ଚିଠଫଣ୍ଡରେ ଟଙ୍କା ଜମା ରଖିଥିଲେ ମଧ୍ୟ ଦୀର୍ଘ ଏପର୍ଯ୍ୟନ୍ତ ଟଙ୍କା ଫେରି ପାଇଲେ ନାହିଁ । ବିଜୁ ଜନତା ଦଳ ଅନେକ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ହୋଇଥିବା କାରଣରୁ ସେ ବେିଜଡି ଦଳ ପରିତ୍ୟାଗ କରି ମାର୍ଚ୍ଚ ୩୧ ତାରିଖରେ ମୟୁରଭଞ୍ଜ ଜିଲ୍ଲା ବେିଜଡି ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିଲେ ଏବଂ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି ।
ଭଞ୍ଜଦେଓ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ବିକାଶ ଧାରାରରେ ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମି ଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ କାର୍ଯ୍ୟ କାରଣୀ ସଦସ୍ୟ ଶ୍ରୀ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।