Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଦ୍ବିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପ୍ରଭୁ ଦେବା ! ଜାଣନ୍ତୁ କାହାକୁ କରୁଛନ୍ତି ଡେଟ୍…

13/11/2020 at 1:15 PM

ମୁମ୍ବାଇ ୧୩/୧୧: ନିର୍ଦେଶକ,ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁ ଦେବା ଏବେ ଚର୍ଚ୍ଚାରେ ଅଛନ୍ତି।ତାହା ମଧ୍ୟ ରିଲେସନଶିପକୁ ନେଇ। ଚର୍ଚ୍ଚା ହେଉଛି ପ୍ରଭୁ ଦେବାଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି। ସେ ଖୁବ୍ ଶୀଘ୍ର ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। ଜଣେ ଗୃପ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ଦେବା ଆଜି କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ,ବରଂ ବଲିଉଡର ଟପ୍ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟରୁ ଜଣେ। ପ୍ରଭୁ ଦେବା ୨୦୧୧ମସିହାରେ ସେ ଅଫିସିଆଲି ସ୍ତ୍ରୀ ରାମଲତାଙ୍କଠୁ ଅଲଗା ହୋଇଯାଇଥିଲେ।

ଏବେ କୁହାଯାଉଛି ଯେ ପ୍ରଭୁ ଦେବା ପୁଣି ଥରେ ରିଲେସନଶିପରେ ଅଛନ୍ତି। ପ୍ରଭୁ ଦେବା ଏବେ ନିଜ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ପ୍ରଭୁ ଦେବା ଏବେ ସୁଦ୍ଧା ନିଜ ରିଲେସନଶିପକୁ ଅଫିସିଆଲି କରି ନାହାନ୍ତି।ତାଙ୍କ ଟିମ୍ ତରଫରୁ ମଧ୍ୟ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ପ୍ରଭୁ ଦେବା କୌଣସି ବିବାଦ ଯୋଗୁଁ ନିଜ ପତ୍ନୀଙ୍କଠୁ ଦୂରେଇ ଯାଇଥିଲେ। ତାଙ୍କ ନାଁ ଦକ୍ଷିଣ ଭାରତୀୟ ଫିଲ୍ମର ସଫଳ ଅଭିନେତ୍ରୀ ନୟନତାରାଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। ଯେତେବେଳେ ପ୍ରଭୁ ନୟନତାରାଙ୍କୁ ଡେଟ୍ କରୁଥିଲେ ସେତେବେଳେ ସେ ରାମଲତାଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ୩ପୁଅ ମଧ୍ୟ ଥିଲେ। କିନ୍ତୁ ତଥାପି ସେ ନୟନତାରାଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।

   Related Posts