ପ୍ରଭାସଙ୍କ ନୂଆ ଫିଲ୍ମ ‘ସଲାର’ର ମହୁରତ ପୂଜା: ସାମିଲ ହେଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଓ କେଜିଏଫ୍ ଷ୍ଟାର ୟଶ୍
16/01/2021 at 1:47 PM

ହାଇଦ୍ରାବାଦ ୧୬/୦୧ : ତେଲଗୁ ଫିଲ୍ମ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସଲାର୍’ ର ଉଦ୍ଘାଟନ ହୋଇଯାଇଛି। ଶୁକ୍ରବାର ଦିନ ଫିଲ୍ମ ନିର୍ମାତା ହାଇଦ୍ରାବାଦ ର ରାମାନାୟଡୁ ସ୍ଟୁଡିଓରେ ଏକ ମହୁରତ ପୂଜା ରଖିଛନ୍ତି ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସିଏନ୍ ଅଶ୍ୱଥନାରାୟଣ ଉପସ୍ଥିତ ରହି ସମାରୋହର ଶୋଭା ବଢାଇଥିଲେ। ପୂଜା ସମୟରେ ଫିଲ୍ମ ନିର୍ମାତା ଏବଂ ନିର୍ଦେଶକ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ଆକର୍ଷଣର ପ୍ରମୁଖ କେନ୍ଦ୍ର କନ୍ନଡ ସୁପରଷ୍ଟାର ଅଭିନେତା ୟଶ୍ ହୋଇଥିଲେ।

ଏସଏସ ରାଜମୌଲି ଙ୍କର ‘ବାହୁବଳୀ’ ସିରିଜ୍ ରେ ବାହୁବଳୀ ଅଭିନୟ କରି ସାରା ଦେଶରେ ପ୍ରସିଦ୍ଧ ହୋଇଥିବା ଅଭିନେତା ପ୍ରଭାସ, ବିଜୟ କିରାଙ୍ଗଦୁର ଙ୍କ ନିର୍ମିତ ଆଗାମୀ ଫିଲ୍ମ ‘ସଲାର୍’ ପାଇଁ ସାଇନ୍ କରିଛନ୍ତି , ଯେଉଁଥିରେ ପ୍ରଶାନ୍ତ ନିଲ୍ ନିର୍ଦେଶନା ଦେବେ। ବିଜୟ ଏବଂ ପ୍ରଶାନ୍ତ ଙ୍କ ଯୋଡି କାନ୍ନାଡା ଫିଲ୍ମ ‘କେଜିଏଫ୍’ ରୁ ଫେମସ୍ ହୋଇଛି | ଏ ସମସ୍ତ କଳାକାର ଫିଲ୍ମ ‘ସଲାର୍’ ର ମୁହୂର୍ତ୍ତ ପାଇଁ ରଖା ଯାଇଥିବା ପୂଜାରେ ଶୁକ୍ରବାର ଦିନ ନଜରକୁ ଆସିଛନ୍ତି।

‘ସଲାର୍’ ର ପୁରା ଟିମ୍ କୁ ଶୁଭକାମନା ଦେବାକୁ ଯାଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଅଶ୍ୱଥନାରାୟଣ କହିଛନ୍ତି, ‘ନିର୍ମାତା ବିଜୟ କେଜିଏଫ୍ ଭଳି ଫିଲ୍ମ ଦେଇଛନ୍ତି ଏବଂ ସେ ପୁଣି ଥରେ ‘ସଲାର୍’ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିସହିତ ତାଙ୍କ ଠାରୁ ଦର୍ଶକଙ୍କ ଆଶା ମଧ୍ୟ ଆହୁରି ବଢୁଛି। ‘ସଲାର୍’ ସହିତ କାନ୍ନାଡା ସିନେମା ସୀମା ଅତିକ୍ରମ କରିବ ଏବଂ ଏହା ସହିତ ଦେଶର ପ୍ରତେକ ଦର୍ଶକଙ୍କ ପାଖରେ ପହଞ୍ଚିବ। ଅବଶିଷ୍ଟ କାମ ପ୍ରଭାସ ସମ୍ପୂର୍ଣ୍ଣ କରିବେ ଏବଂ କାନ୍ନାଡା ଦର୍ଶକଙ୍କ ହୃଦୟରେ ମଧ୍ୟ ଜିତି ପାରିବେ।’

ଫିଲ୍ମ ‘ସଲାର୍’ ର ନିର୍ମାତା ବିଜୟ କିରାଙ୍ଗଦୁର କହିଛନ୍ତି, ଫିଲ୍ମ ବାହୁବଳୀରେ ପ୍ରଭାସ ଙ୍କ କାମ ଦେଖି ମୁ ତାଙ୍କର ପ୍ରଶଂସକ ହୋଇଯାଇଥିଲି। ଯେତେବେଳେ ମୁଁ ତାଙ୍କର ସେ ଫିଲ୍ମ ଦେଖିଥିଲି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏବେ ମୋତେ ତାଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି। ମୋତେ ଏହା ପାଇଁ ବହୁତ ଖୁସି ଲାଗୁଛି। ଆମେ ଏହି ଫିଲ୍ମ କାନ୍ନାଡା, ତେଲଗୁ, ତାମିଲ,ମାଲୟାଲମ ଏବଂ ହିନ୍ଦୀ ଭାଷାରେ ନିର୍ମାଣ କରିବୁ। ସୌଭାଗ୍ୟର କଥା ଫିଲ୍ମରେ ନିର୍ଦେଶନା ପ୍ରଶାନ୍ତ ନିଲ କରିବେ ଯିଏ ବର୍ତ୍ତମାନ ‘ କେଜିଏଫ୍ ଚ୍ୟାପ୍ଟର 2’ ମଧ୍ୟ ତିଆରି କରୁଛନ୍ତି।

ଶୁକ୍ରବାର ଦିନ ଫିଲ୍ମ ‘ସଲାର୍’ ର ମୁହୂର୍ତ୍ତ ପୂଜା ପାଇଁ ‘କେଜିଏଫ୍’ ଷ୍ଟାର ୟସ୍ ମଧ୍ୟ ନିଜ ଫିଲ୍ମ ର ଅନ୍ୟ କଳାକାର ରବି ବାସଋର ଏବଂ ଭୁବନ ଗୌଡା ଙ୍କ ସହ ଉପସ୍ଥିତ ଥିଲେ। ନିର୍ମାତା ‘ସଲାର୍’ ର ଘୋଷଣା କିଛି ଦିନ ପୂର୍ବରୁ କରିଥିଲେ ଏବଂ ପ୍ରଭାସ ଙ୍କର ଏକ ପୋଷ୍ଟର ମଧ୍ୟ ବାହାର କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଅନ୍ୟ କଳାକାର ମାନଙ୍କର କୌଣସି ଚର୍ଚ୍ଚା କରାଯାଇନାହିଁ। ନିର୍ମାତା ମାନେ ଏ ପର୍ଯ୍ୟନ୍ତ ଅନ୍ୟ କଳାକାର ମାନଙ୍କୁ ଚୟନ ମଧ୍ୟ କରିନାହାଁନ୍ତି। ପ୍ରଭାସ ନିଜର ଫିଲ୍ମ ‘ରାଧେ ଶ୍ୟାମ’ ସୁଟିଂ ସମ୍ପୂର୍ଣ୍ଣ କରିବାକୁ ବସିଲେଣି। ଏହା ପରେ ଓମ୍ ରାଉତଙ୍କ ନିର୍ଦେଶିତ ଫିଲ୍ମ ‘ଆଦିପୁରୁଷ’ ର ମଧ୍ୟ ସୁଟିଂ କରିବେ।