Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ହିନ୍ଦି, ତାମିଲ, ତେଲୁଗୁ ଭାଷାରେ ନିର୍ମାଣ ହେବ ପ୍ରଭାସଙ୍କ ଅପକମିଂ ଫିଲ୍ମ…

19/01/2020 at 12:17 PM

ମୁମ୍ବାଇ୧୯|୧: ‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ଫିଲ୍ମ ପାଓ୍ବାର ପ୍ୟାକ୍‌ଡ ଆକ୍ସନ ଫିଲ୍ମ ‘ସାହୋ’ସଫଳ ହୋଇପାରିନଥିଲା। ଏଥିପାଇଁ ଫିଲ୍ମ ସାହୋ ପରେ ଅଭିନେତା ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ନେଇ କୌଣସି ଘୋଷଣା କରିନଥିଲେ। ସମଗ୍ର ବିଶ୍ବରେ ପ୍ରଭାସଙ୍କର ଅଗଣିତ ଫ୍ୟାନ୍ସ ଅଛନ୍ତି।ଖାସ୍‌ କରି ଜିଅମାନେ ତାଙ୍କ ପ୍ରେମରେ ପାଗଳ। ‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ଶୁଟିଂ ସେଟ୍‌କୁ ଫେରିଛନ୍ତି ସାଉଥ୍ ସୁପର୍‌ଷ୍ଟାର ପ୍ରଭାସ।

ପ୍ରଭାସ ଏବେ ‘ଜାନ୍‌’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ଘୋଷଣା କରିଛନ୍ତି। ଏହି ଫିଲ୍ମ’ଜାନ୍‌’ର ଶୁଟିଂ ଗତବର୍ଷ ନଭେମ୍ୱର ମାସରେ ଆରମ୍ଭ କରିବା ହୋଇଥାନ୍ତା। କିନ୍ତୁ କୌଣସି କାରଣ ଯୋଗୁଁ ପ୍ରଭାସ ଏହି ଫିଲ୍ମର ଶୁଟିଂ କରିବାକୁ ମନା କରିଥିଲେ। ‘ଜାନ୍‌’ ଫିଲ୍ମର ଶୁଟିଂ ହାଇଦ୍ରାବାଦ୍‌ର ରାମୋଜି ଫିଲ୍ମ ସିଟିରେ ଆରମ୍ଭ ହୋଇସାରିଛି।

ଏହି ଫିଲ୍ମରେ ଏକ ଲଭ୍‌ ଷ୍ଟୋରୀ ଦେଖାଯିବ। ଯେଉଁଥିରେ ପ୍ରଭାସ ଜଣେ ଜ୍ୟୋତିଷ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି। ଏହା ବ୍ୟତୀତ ଅନ୍ୟ କେତେକ ଭାଷାରେ ଫିଲ୍ମଟିକୁ ଡବିଂ ମଧ୍ୟ କରାଯିବ। ଏହି ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ପୂଜା ହେଗ୍‌ଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଫିଲ୍ମଟି ବହୁତ ଭଲ ହୋଇଥିବ ବୋଲି ଭାବିଥିଲେ। ହେଲେ ଦର୍ଶକ ଆଶା ଅନୁସାରେ ଫିଲ୍ମଟି ହୋଇ ନଥିଲା। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ ଶ୍ରଦ୍ଧା କପୁର।’ବାହୁବଳୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ସୁପର୍‌ହିଟ୍ ହେବା ପରେ ‘ସାହୋ’ ଫିଲ୍ମ ପାଇଁ ଦର୍ଶକ ବେଶ ଉତ୍ସାହିତ ଥିଲେ। ହେଲେ ଫିଲ୍ମଟି କିଛି ଖାସ କରିପାରିନଥିଲା। ତେଣୁ ଏବେ ପ୍ରଭାସଙ୍କ ଅପକମିଂ ଫିଲ୍ମ ରିଲିଜ ହେବା ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।  

   Related Posts