ରିଲିଜ ହେଲା ‘ସାହୋ’ର ଟିଜର : ‘ବାହୁବଳୀ-୨’ ପରେ ସବୁଠୁ ବଡ଼ ଆକ୍ସନ ଏଣ୍ଟରଟେନର ଫିଲ୍ମରେ ପ୍ରଭାସ

Published By : Prameya-News7 Bureau | June 13, 2019 IST

ମୁମ୍ବାଇ ୧୩/୬: : ‘ବାହୁବଳୀ’ର ଅଭିନେତା ପ୍ରଭାସଙ୍କ ବହୁପ୍ରତୀକ୍ଷିତ ଫିଲ୍ମ  ‘ସାହୋ’ର ଟିଜର ହିନ୍ଦୀ,ତାମିଳ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯାଇଛି। ପାଓ୍ବାର ପ୍ୟାକଡ ଆକ୍ସନ ଫିଲ୍ମ  ‘ସାହୋ’ରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁର ନଜର ଆସିଛନ୍ତି। ୧ମିନିଟ ୩୯ସେକେଣ୍ଡର ଟିଜରରେ ଫୁଲ ଅନ୍ ଆକ୍ସନ ଭରି ରହିଛି। ମେକର୍ସ ସମସ୍ତ ଚରିତ୍ରଙ୍କ ଲୁକରୁ ପର୍ଦ୍ଦା ଉଠାଇଛନ୍ତି। ମନ୍ଦିରା ବେଦୀ,ନିଲ ନିତିନ ମୁକେଶ,ଜ୍ୟାକି ଶ୍ରଫ,ଚଙ୍କି ପାଣ୍ଡେଙ୍କ ପ୍ରଥମ ଝଲକ ଦେଖାଯାଇଛି।

wp:core-embed/youtube {"url":"https://www.youtube.com/watch?time_continue=56\u0026v=HiwFJ97qUx4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?time_continue=56&v=HiwFJ97qUx4
/wp:core-embed/youtube

‘ସାହୋ’ ଅଗଷ୍ଟ ୧୫ତାରିଖରେ ରିଲିଜ ହେବ। ‘ବାହୁବଳୀ-୨’ ପରେ ପ୍ରଭାସଙ୍କ ରିଲିଜ ହେଉଥିବା ଏହା ପ୍ରଥମ ଫିଲ୍ମ। ଏହାର ନିଦ୍ଦେଶନା ସୁଜିତ କରିଛନ୍ତି। ‘ସାହୋ’​‌ରେ କେବଳ ପ୍ରଭାସ ନୁହେଁ ବରଂ ଶ୍ରଦ୍ଧା ମଧ୍ୟ ଆକ୍ସନ କରୁଥିବା ଦେଖାଯାଇଛି। ଫିଲ୍ମରେ ଶ୍ରଦ୍ଧାଙ୍କ ଭୂମିକା ପାଓ୍ବାରଫୁଲ ରହିଛି। ‘ସାହୋ’ର ଟିଜରକୁ ସୋଶିଆଲ ମିଡିଆରେ ଜବରଦସ୍ତ ରେସପନ୍ସ ମିଳୁଛି।

{"id":122534,"width":595,"height":357}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.