Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ରାଧେ ଶ୍ୟାମ’ର ମେକର୍ସ କରୋନା ରୋଗୀଙ୍କ ପାଇଁ ଦାନ କଲେ ସମ୍ପୁର୍ଣ୍ଣ ସେଟ୍, ମୂଲ୍ୟ ୬ କୋଟି ଟଙ୍କା

11/05/2021 at 5:54 PM

ମୁମ୍ବାଇ ୧୧/୦୫: ଦେଶରେ କରୋନାର ଦ୍ୱିତୀୟ ଲହର ସହିତ ଅକ୍ସିଜେନ୍ ସିଲିଣ୍ଡର, ବେଡ୍ ଏବଂ ଔଷଧର ଅଭାବ ମଧ୍ୟ ଦେଖାଯାଉଛି । ଏହି କଠିନ ସମୟରେ ଅନେକ ଷ୍ଟାର ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ଏବଂ ନିଜ ନିଜ ସ୍ତରରେ ରୋଗୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ର  ନିର୍ମାତା ସହାୟତାର ହାତ ବଢାଇଛନ୍ତି ।

ସୂଚନା ଅନୁଯାୟୀ, ନିର୍ମାତା ହାଇଦ୍ରାବାଦରେ ନିର୍ମିତ ଫିଲ୍ମ ସେଟର ସମ୍ପୁର୍ଣ୍ଣ ପ୍ରପର୍ଟିକୁ ଏକ ଘରୋଇ ଡାକ୍ତରଖାନାକୁ ଦାନ କରିଛନ୍ତି। ଏହାର ମୂଲ୍ୟ ୬ କୋଟି ବୋଲି କୁହାଯାଉଛି। ପ୍ରକୃତରେ ଫିଲ୍ମରେ ଇଟାଲୀର ଏକ ହସ୍ପିଟାଲ୍ ପ୍ରଦର୍ଶନ କରିବାକୁ ସେଟ୍ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ୫୦ଟି ବେଡ୍, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ସ୍ୱାସ୍ଥ୍ୟ ଉପକରଣ ଷ୍ଟାଣ୍ଡ, ଷ୍ଟ୍ରେଚର୍ ଏବଂ ଅକ୍ସିଜେନ୍ ସିଲିଣ୍ଡର ଅନ୍ତର୍ଭୁକ୍ତ ଥିଲା। ନିର୍ମାତା ଏହାକୁ ଏକ ଘରୋଇ ଡାକ୍ତରଖାନାକୁ ଦାନ କରିଛନ୍ତି ।

ଫିଲ୍ମର ପ୍ରଡକ୍ସନ୍ ଡିଜାଇନର୍ ରବିନ୍ଦର ରେଡ୍ଡୀ ଡେକାନ୍ କ୍ରୋନିକଲ୍କୁ କହିଛନ୍ତି ଯେ ସେ ଏକ ଘରୋଇ ହସ୍ପିଟାଲର ସିଇଓଙ୍କୁ ଭେଟିଥିଲେ ଯାହା ପରେ ଧାରଣା ଆସିଥିଲା। ସିଇଓ କହିଥିଲେ ଯେ ତାଙ୍କ ପାଖରେ ବେଡ୍ ନାହିଁ ଏବଂ ଏହି ସମୟରେ ସମସ୍ତେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ରବିନ୍ଦର କହିଛନ୍ତି ଯେ ପ୍ରଭାସ ଏବଂ ‘ରାଧେ ଶ୍ୟାମ’ର ସମସ୍ତ ୟୁନିଟ୍  ଏହି ନିଷ୍ପତ୍ତିରେ ବହୁତ ଖୁସି ଯେ ଡାକ୍ତରଖାନା ସେଟ୍ ଏବଂ ଅନ୍ୟାନ୍ୟ ଉପକରଣ କୋଭିଡ ୧୯ ର ରୋଗୀଙ୍କୁ ସାହାଯ୍ୟ କରିବ। ‘ରାଧେ ଶ୍ୟାମ’ର ମେକର୍ସଙ୍କ ଏହି ନିସ୍ପତ୍ତି ପରେ ସୋସିଆଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ମିଳୁଛି ।

   Related Posts