ପ୍ରବାସୀ ଓଡ଼ିଆ ପଲିଟିକ୍ସ୍ : 9pm Discussion
17/12/2018 at 11:50 PM

ଆଜିର ବିତର୍କ- ପ୍ରବାସୀ ଓଡ଼ିଆ POLITICS ।
ସୁରଟରେ ନବୀନଙ୍କ ସୋ । ସୁରଟରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରି ସେମାନଙ୍କ ଭଲ ମନ୍ଦ ବୁଝିଛନ୍ତି ନବୀନ । ଆଉ ନବୀନଙ୍କ ସୁରଟ ସୋ ଦିନ ଭୁବନେଶ୍ବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଫେଲ୍ ଦୁର୍ନୀତି ନେଇ କଂଗ୍ରେସର ମୁଖା ଖୋଲିବାକୁ ଆସିଥିବା ରୂପାଣି ,ରାଫେଲ ଦୁର୍ନୀତିରେ କ୍ଲିନଚିଟ୍ ପ୍ରସଙ୍ଗ କଥା କହିଲେ । ତାହା ସହ ଗୁଜରାଟରେ ଓଡ଼ିଆଙ୍କ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ବି କଲେ । ୧୯ ବର୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୁରଟ ମନେ ନପଡ଼ିବା କଥା ବି କହିଲେ । ରୂପାଣୀଙ୍କୁ ଜବାବ ଦେଇ ବିଜେଡି କହିଛି , ନବୀନ ସୁରଟ ଯିବାକୁ ନେଇ ବିଜେପି ଆତଙ୍କିତ ।