Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୋଭିଡ୍ ସହାୟତାରେ ଅଭିଯାନରେ ପ୍ରବାସୀ ଓଡିଆ, ପ୍ରତିଦିନ ୪୦୦ରୁ ୫୦୦ ଗରିବ ଓ ଅଭାବୀଙ୍କୁ ମାଗଣା ଖାଦ୍ୟ, କୋଭିଡ୍ ମୃତକଙ୍କ ସତ୍କାର କରୁଥିବା ସ୍ୱେଚ୍ଛାସେବୀଙ୍କୁ ପିପିଇ କିଟ୍ ଓ କୋଭିଡ୍ ଉପକରଣ

11/05/2021 at 1:18 PM

ଭୁବନେଶ୍ୱର,୧୧/୦୫:  ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓଡିଶାରେ ମଧ୍ୟ ସ୍ଥିତି ଜଟିଳ ରହିଛି । ସଂକ୍ରମଣ ଏଡାଇବାକୁ ୧୪ ଦିନିଆ ଲକଡାଉନ୍ ଲାଗିଛି । ଏହି ସମୟରେ କିନ୍ତୁ ଅନେକ ବେସାହାରା ଖାଇବାକୁ ମୁଠେ ଖାଦ୍ୟ ପାଉ ନାହାଁନ୍ତି । ଉପାସ ଶୋଉଛନ୍ତି । ଏପରିକି ଅଳିଆ ଗଦାରୁ ମଧ୍ୟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି । ତେବେ କରୋନା କାଳରେ ଭୋକିଲାଙ୍କ ପେଟକୁ ଦାନା ଗଣ୍ଡେ ଦେବାକୁ ଆଗେଇ ଆସିଛନ୍ତି ପ୍ରବାସୀ ଓଡିଆ ।

ଜର୍ମାନୀର ଫ୍ରାଙ୍କଫର୍ଟରେ ରହୁଥିବା ଓଡିଆ ଦମ୍ପତ୍ତି ସମ୍ବିତ ଦାସ ଓ ସୋମା ଛୋଟରାଏ ସହାୟତାର ହାତ ବଢାଇଛନ୍ତି । ଏଥିରେ ସେମାନଙ୍କ ସହଯୋଗ କରିଛନ୍ତି ଜର୍ମାନୀରେ ରହୁଥିବା ଓଡିଆଙ୍କ ସମେତ କିଛି ଶୁଭେଚ୍ଛୁ ଏବଂ ଆମେରିକା, ଲଣ୍ଡନ ଓ ସିଙ୍ଗାପୁର ଆଦି ବିଶ୍ୱର ବିଭିନ୍ନ ସ୍ଥାନର ପ୍ରବାସୀ ଓଡିଆ । ସେମାନେ କୋଭିଡ୍ ଜନିତ ସ୍ଥିତିରେ କିଛି ଅବହେଳିତ ଓ ଭୋକିଲା ଲୋକଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା ସହ କରୋନା ମୃତକଙ୍କ ଶବ ସତ୍କାର କରୁଥିବା ଲୋକଙ୍କ ପାଇଁ ପିପିଇ କିଟ୍ ଓ ଆନୁସଙ୍ଗିକ ଜିନିଷ ଲାଗି ସହାୟତା ଦେଉଛନ୍ତି । ଭୁବନେଶ୍ୱର ସ୍ଥିତ ଓଡିଶା ହୋଟେଲ ମାଧ୍ୟମରେ ସମ୍ବିତ ଦାସଙ୍କ ନେତୃତ୍ୱରେ ପ୍ରବାସୀ ଓଡିଆମାନେ ପ୍ରତିଦିନ ୪୦୦ରୁ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି । ଓଡିଶା ହୋଟେଲର ସ୍ୱେଚ୍ଛାସେବୀମାନେ ସେହି ଖାଦ୍ୟ ବଣ୍ଟନ କରୁଛନ୍ତି ।

ଏହି ଅନନ୍ୟ ପ୍ରୟାସକୁ ନେଇ ସମ୍ବିତ ଦାସ କହିଛନ୍ତି ଯେ, ସମସ୍ତେ ଏକାଠି ହେଲେ ଲକ୍ଷ ଲକ୍ଷ ସମସ୍ୟାର ସମାଧାନ ହୋଇପାରିବ । ବିଦେଶୀମାନେ ଏହି ସମୟରେ ସହାୟତାର ହାତ ବଢାଉଥିବା ବେଳେ ପ୍ରବାସୀ ଓଡିଆମାନେ ମଧ୍ୟ ଆଗେଇ ଆସିଛନ୍ତି ବୋଲି ଉଲ୍ଲେଖ ଖରି ଖୁବ୍ ଶୀଘ୍ର ସାରା ବିଶ୍ୱରୁ କରୋନା ମହାମାରୀ ଅପସରି ଯାଉ ବୋଲି କାମନା କରି ପ୍ରଭୂ ଜଗନ୍ନାଥଙ୍କୁ ପ୍ରାର୍ଥନା ମଧ୍ୟ କରିଛନ୍ତି ଆଇଟି ପ୍ରଫେସନାଲ୍ ସମ୍ବିତ ଦାସ ।

   Related Posts