Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପିଛା ଛାଡୁନି ଦୁଃଖ : ହାଇଦ୍ରାବାଦରୁ ଘରକୁ ଫେରୁଥିଲେ, ଅଧାରାସ୍ତାରେ ଚାଲିଗଲା ପ୍ରବାସୀଙ୍କ ଜୀବନ

22/04/2021 at 9:55 AM

ଜୟପୁର ୨୨।୦୪:  ଘରକୁ ଫେରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ । ହାଇଦ୍ରାବାଦରୁ ନୂଆପଡା ଫେରିବା ସମୟ ରେ ଅଚାନକ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ। ବୋରିଗୁମ୍ମା ଥାନା ଅନ୍ତର୍ଗତ କସାଗୁଡା ଗ୍ରାମ ନିକଟରେ ମୃତ୍ୟୁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୬୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ପଡିରହିଥିଲା ମୃତଦେହ । ପାଖରେ ବସି ବାହୁନି କାନ୍ଦୁଥିଲେ ସ୍ତ୍ରୀ । ମୃତକ ଶ୍ୟାମ ଭୋଇ , ଘର ନୂଆପଡା ସିନାପାଲି ବ୍ଲକର ଗୁଣ୍ଠା ଗାଁରେ ।

ଖବର ଅନୁଯାୟୀ, ଏକ ଇଟାଭାଟି ମାଲିକଙ୍କ ପାଖରେ ଦୀର୍ଘ ୬ମାସ ହେବ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ କିଛି ଦିନ ହେବ ଶ୍ୟାମଙ୍କ ଦେହ ଖରାପ ଥିଲା । ସେଠାରେ କାର୍ଯ୍ୟ କରୁଥିବା ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଗତ ମଙ୍ଗଳ ବାର ଦିନ ହାଇଦ୍ରାବାଦ ରୁ ନିଜ ଗ୍ରାମ ଅଭିମୁଖେ ବାହାରି ଥିଲେ। ଗତକାଲି ସକାଳୁ ସକାଳୁ ଏକ ବସ ଯୋଗେ ଛତିଶଗଡ଼ -ଓଡିଶା ସୀମାରେ ପହଞ୍ଚି ଥିଲେ। ଚାନ୍ଦିଲି ଠାରୁ ଏକ ଅଟୋ ଯୋଗେ ଓଡ଼ିଶା ଆସିବା ବେଳେ ଅଧା ବାଟରେ ଶ୍ୟାମଙ୍କୁ ଝାଡା-ବାନ୍ତି ହୋଇଥିଲା। ଫଳରେ ଅଟୋ ଚାଳକ ଜଣକ ତାଙ୍କୁ କସଗୁଡା ନିକଟରେ ଓହ୍ଲାଇ ଚାଲି ଯାଇଥିଲେ। କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୋରିଗୁମ୍ମା ତହସିଲଦାର ,ଥାନାଧିକାରୀ ପହଞ୍ଚି ମୃତ ଦେହକୁ ଏକ ସ୍ୱତନ୍ତ ଗାଡିରେ ଗାଁକୁ ପଠାଇଥିଲେ ।

   Related Posts