୧୨ରୁ 'ପ୍ରମେୟ' ରଜ ମଉଜ ପ୍ରତିଯୋଗିତା

Published By : Prameya-News7 Bureau | June 10, 2020 IST

ଭୁବନେଶ୍ବର୧୦/୬: ଆଦ୍ୟ ଆଷାଢ଼ରେ ଭିଜା ମାଟିର ବାସ୍ନାରେ ପୋଡ଼ ପିଠାର ମହକରେ ମଥାରେ କୁମ୍‌କୁମ୍‌, ପାଦେ ଅଳତା ଲଗାଇ ଝିଅ ହେଲେ ସଜବାଜ। ବରଷକେ ଥରେ ଆସିଛି ରଜ, ଆସ କରିବା ରଜ ମଉଜ। ରଜ ଉତ୍ସବ  ମହାସମାରୋହରେ ପାଳିବା ପାଇଁ ପାଠକମାନଙ୍କ ପାଇଁ 'ପ୍ରମେୟ' ତରୁଫରୁ ୪ଟି ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଫ୍ରିଡମ୍ ହେଲ୍‌ଥି କୁକିଂ  ଅଏଲ ପ୍ରାୟୋଜିତ ପ୍ରମେୟ ପକ୍ଷରୁ ଆୟୋଜିତ ହେଉଛି 'ରଜ ମଉଜ' ପ୍ରତିଯୋଗିତା ।ଏଇ ରଜରେ ଆପଣ କେମିତି ସଜବାଜ ହୋଇଛନ୍ତି ? କ'ଣ ମନ ମୁତାବକ ରୋଷେଇ କରୁଛନ୍ତି, ଆଉ କେମିତି ଦୋଳି ଖେଳୁଛନ୍ତି ? ଏସବୁର ସେଲ୍‌ଫି ଉଠାଇ ଆମକୁ ପଠାନ୍ତୁ। ଅଧିକ ବିବରଣୀ ପାଇଁ  ପ୍ରତିଦିନ ପ୍ରମେୟ ପଢ଼ନ୍ତୁ।

{"id":284404,"width":580,"height":787,"sizeSlug":"large"}

ଆସନ୍ତା ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ, 'ରଜ କୁଇନ', ୧୪-୧୬ ପର୍ଯ୍ୟନ୍ତ, 'ସଜବାଜ ସେଲ୍‌ଫି', ଦୋଳି ସହ ସେଲ୍‌ଫି, ଖାଦ୍ୟ ସହ ସେଲ୍‌ଫି। ଖାଦ୍ୟ ସହ ସେଲ୍‌ଫି ପଠାଇବା ସହିତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀକୁ ଲେଖି ପଠାଇବେ । ସମସ୍ତ ସେଲ୍‌ଫିକୁ ନିଜ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରି 'ପ୍ରମେୟ' କୁ ଟ୍ୟାଗ କରିବେ। ଏହାକୁ କରିବାକୁ ଆଦୌ ଭୁଲିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.