Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ପିପିଇ-ମାସ୍କ ପଲିଟିକ୍ସ: ଦୁର୍ନୀତିକୁ ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ଅଗ୍ରାହ୍ୟ, କହିଲେ କେନ୍ଦ୍ର ନିୟମରେ ମାସ୍କ କିଣିଛୁ, ତଥାପି ଆଇଏଏସ୍‌ଙ୍କ ଅବ୍ୟାହତି ନେଇ ବିରୋଧିଙ୍କ ପ୍ରଶ୍ନ

6/06/2020 at 8:08 PM

ଭୁବନେଶ୍ୱର, ୦୬|୦୬:  କରୋନା ପାଇଁ ପର୍ସନାଲ୍ ପ୍ରୋଟେକ୍‌ଟିଭ୍‌ କିଟ୍‌ ବା ପିପିଇ ଓ ମାସ୍କ କିଣା ନେଇ ଦୁର୍ନୀତି ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ  ମୁହଁ ଖୋଲିଛନ୍ତି । ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରି କହିଛନ୍ତି, ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ । କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁସାରେ ମାସ୍କ କିଣା ଯାଇଛି । ହେଲେ ପିପିଇ କଥା ଉଠାଇ ନାହାନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ସେପଟେ ବିରୋଧୀ ଅଡି ବସିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ।   

ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ଆଭିଯୋଗ  ନେଇ ପ୍ରଶାସନିକ ସ୍ତରରେ ହଲଚଲ ଚାଲିଥିବା ବେଳେ ମାସ୍କ କିଣାରେ କୌଣସି ଦୁର୍ନୀତି  ହୋଇନଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତଥ୍ୟ ଓ ଯୁକ୍ତି ସହ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ଗାଇଡଲାଇନ ଅନୁସାରେ  ମାସ୍କ କିଣା ଯାଇଛି। ପ୍ରଥମେ ୧୦ ଟଙ୍କା ଓ ପରେ ୧୬ ଟଙ୍କାରେ ମାସ୍କ କିଣିବାକୁ କେନ୍ଦ୍ର ସରକାର କହିଥିଲେ । ସେହି ଅନୁସାରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ନବୀନ ସରକାର ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ । ବିରୋଧୀଙ୍କ ଏଭଳି ଅଭିଯୋଗ  କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗିଦେବ ବୋଲି ନବ ଦାସ କହିଛନ୍ତି ।

ସେପଟେ ପିପିଇ ଓ ମସ୍କ କିଣା ଦୁର୍ନୀତି ଅଭିଯୋଗରେ କେବଳ ଆଇଏଏସ ଅଫିସରଙ୍କୁ ଦାୟିତ୍ବରୁ କାଢ଼ି ଦେଲେ ହେବନି ବୋଲି ବିରୋଧୀ ଅଡି ବସିଛନ୍ତି । ଏ ଦୁର୍ନୀତିର ପରିମାଣ କେତେ ଓ ତଳୁ ଉପର ପର୍ଯ୍ୟନ୍ତ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେଥିପାଇଁ ସରକାର ସ୍ବାଧୀନ ସଂସ୍ଥା ଦ୍ବାରା ୨୪ ଘଣ୍ଟା ମଧ୍ୟରେ ତଦନ୍ତ  କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ଦାବି କରିଛି ବିଜେପି ।  କଂଗ୍ରେସ କହିଛି ସରକାର ସ୍ପଷ୍ଟୀକରଣ ଦିଅନ୍ତୁ କାହିକିଁ ୯ ଆଇଏଏସ ଅଫିସରଙ୍କୁ ଅଚାନକ ଦାୟିତ୍ବରୁ ବାହାର କଲେ।

 ତେବେ ମାର୍ଚ୍ଚ ୨୧ରେ କେନ୍ଦ୍ର ସରକାର କରିଥିବା ବିଜ୍ଞପ୍ତି ଅନୁଯାୟୀ ତିନି ଥାକିଆ ମାସ୍କ ଦାମ ୧୦ଟଙ୍କାରୁ କମ୍‌ ଓ ଦୁଇ ଥାକିଆ ମାସ୍କର ଦାମ ୮ ଟଙ୍କାରୁ କମ ହେବା କଥା ।  ତଥାପି ସରକାର କହୁଛନ୍ତି ପିପିଇ ଓ ମାସ୍କ କିଣା​ ଅନିୟମିତତା ହୋଇନି ।

   Related Posts