ରାସ୍ତାରେ ପଡିଛି ପିପିଇ କିଟ୍, କରୋନା ସଂକ୍ରମଣ ନେଇ ଆଶଙ୍କା

Published By : Prameya-News7 Bureau | April 10, 2021 IST

ଅନୁଗୋଳ ୧୦।୪: ଅନୁଗୋଳ ମେଡିକାଲର ମୁଖ୍ୟ ରାସ୍ତାରେ ପଡିଛି ପିପିଇ କିଟ୍ । କରୋନା ସଂକ୍ରମଣ ନେଇ ଆଶଙ୍କା ଦେଖାଦେଇଛି । ଏହାର ତଦନ୍ତ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ମୁଖ୍ୟ ଡାକ୍ତରଖାନା ରାସ୍ତାରେ ପଡିଛି ପିପିଇ କିଟ୍ । ପିପିଇ କିଟ୍ ପଡିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ  ଦେଖାଦେଇଛି। କିଏ କାହିଁକି ଏପରି ବେପରୁଆ ଭାବେ ରାସ୍ତା ଉପରେ ପିପିଇ କିଟ୍ ପକାଇଲା ତାର ତଦନ୍ତ ହେବା ଦରକାର । ଏହାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି ହେଉଛି । କାରଣ ସେହି ରାସ୍ତା ଦେଇ କରୋନା ଟିକା ନେବା ପାଇଁ ବ୍ୟବସ୍ଥା ରହିଛି । ସେହିରାସ୍ତା ଦେଇ ଲୋକମାନେ ଯାତାୟତ କରୁଛନ୍ତି ଏବଂ ବ୍ଲଡ଼ ବ୍ୟାଙ୍କ ରହିଛି । ତେଣୁ କରୋନା ସଂକ୍ରମଣ ଯେ ନ ବଢିବ କିଏ କହିବ । ଏପରି ବେପରୁଆ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.