ରାସ୍ତାରେ ପିପିଇ କିଟ୍, ସଂକ୍ରମଣ ଭୟରେ ଲୋକେ ଛାନିଆ

Published By : Prameya-News7 Bureau | July 27, 2020 IST

ନବରଙ୍ଗପୁର ୨୭।୦୭: ନବରଙ୍ଗପୁରରେ ରାସ୍ତାକଡରେ ପଡିଛି ବ୍ୟବହୃତ ପିପିଇ କିଟ୍ । ଏହାକୁ ଦେଖି କରୋନା ବ୍ୟାପିବା ଭୟରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

ନବରଙ୍ଗପୁର ପୋଲିସ ରିଜର୍ଭ ବାଟାଲିଅନକୁ ଯାଉଥିବା ରାସ୍ତାରେ ୨ଟି ପିପିଇ କିଟ ପଡିଥିବା ଦେଖିବାକୁ ମିଳିଛି । କଲଭର୍ଟରେ ଜମିଥିବା ପାଣିରେ ଗୋଟିଏ ଏବଂ ଅନ୍ୟଟି ରାସ୍ତା କଡରେ ଫିଙ୍ଗା ଯାଇଛି । କରୋନା ଯୁଦ୍ଧରେ ସାମିଲ ଥିବା କିଛି କର୍ମଚାରୀଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଥିଲା ଯାହାକୁ ବ୍ୟବହାର କରାଯିବା ପରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ନିୟମ ଅନୁସାରେ ଏହା ବ୍ୟବହାର ପରେ ତାକୁ  ସ୍ଵତନ୍ତ୍ର ଭାବେ ଏକ ସ୍ଥାନରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଥିବା ବେଳେ ତାକୁ କିଭଳି ରାସ୍ତା କଡ଼ରେ ଫିଙ୍ଗାଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.