Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପିପିଇ କିଟ୍ ପିନ୍ଧି ଗହଣା ଦୋକାନରେ ପଶିଲା ଚୋର, ନେଇଗଲା ୬ କୋଟି ଟଙ୍କାର ସୁନା ଅଳଙ୍କାର

21/01/2021 at 11:26 AM

ନୂଆଦିଲ୍ଲୀ, ୨୧।୦୧ :  ଦକ୍ଷିଣ ପୂର୍ବ ଦିଲ୍ଲୀର କାଳକାଜୀରେ ଏକ ଗହଣା ଦୋକାନରୁ ଲୁଟ୍ ହୋଇଛି । ଲୁଟେରାଜଣଙ୍କ ପିପିଇ କିଟ୍ ପିନ୍ଧି ଅଞ୍ଜଳି ଜ୍ୱେଲର୍ସ ନାମକ ଏକ ଦୋକାନରେ ପ୍ରବେଶ କରିଥିଲା । ଏହାସହ ୬ କୋଟିର ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ସେ ପାଖରେ ଥିବାରେ ଏକ କୋଠାରୁ ରଶି ସାହାଯ୍ୟରେ ଦୋକାନର ଛାତ ଦେଇ ଲୁଟେରାଟି ଦୋକାନ ଭିତରେ ପ୍ରବେଶ କରିଥିଲେ ।

ପୋଲିସର କହିବାନୁସାରେ, ଚୋରଟି ରାତି ୯ଟା ୩୦ରେ ଆସି ୩ଟା ୫୦ ଯାଏଁ ଦୋକାନରେ ରହିଥିଲେ । ଏହି ସମୟରେ ସେ ପ୍ରାୟ ୬ କୋଟିର ଅଳଙ୍କାର ଲୁଟି ଫେରାର ହୋଇଯାଇଛି । ବୁଧବାର ସକାଳ ୧୧ଟାରେ ଚୋରି ବାବଦରେ ସୂଚନା ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା ।

ସୋରୁମଟି ଏଚ୍ ବ୍ଲକରେ ଅବସ୍ଥିତ । ପୋଲିସ ବୁଧବାର ଦୋକାନରେ ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ଚୋରକୁ ଖୋଜିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି । ଚୋରଟି ପିପିଇ କିଟ୍ ପିନ୍ଧିଥିବା ଓ ଦୁଇଟି ବ୍ୟାଗରେ ଗହଣା ଲୁଟ୍ କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ପୋଲିସ ଜାଣିବାକୁ ପାଇଛି ଯେ, ଚୋରଟି ସୋରୁମର ତାଲା ଖୋଲିବା ପରେ ପାଖରେ ଥିବା ଏକ ଖାଲି ଫ୍ଲାଟରେ ପ୍ରବେଶ କରିଥିଲା ।  ଏହାପରେ ସେ ଛାତକୁ ଚାଲିଯାଇଥିଲା । ତିନୋଟି କୋଠା ଡେଇଁ ଚୋରଟି ଫେରାର ହୋଇଯାଇଥିଲା ।

   Related Posts