Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ବାଦୁଡି ନୁହେଁ କରୋନା ଉତ୍ସ, ଏବେ ବ୍ୟାପିଥିବା କୋଭିଡ଼-୧୯ ବାଦୁଡ଼ି ରକ୍ତରେ ଥିବା ଭୂତାଣୁ ଠାରୁ ହଜାରେ ଗୁଣ ଶକ୍ତିଶାଳୀ

11/07/2020 at 9:09 AM

ନୂଆଦିଲ୍ଲୀ ୧୧।୦୭: ସାରାବିଶ୍ୱରେ କରୋନା ତାର କରାଳ ରୂପ ଦେଖାଇଚାଲିଛି । ସାରାବିଶ୍ୱରେ କରୋନା ମହାମାରୀ ରୂପେ ବ୍ୟାପିଚାଲିଛି । ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ଼-୧୯ ଭାଇରସ ଭାଇରସ କେଉଁଠାରୁ ଆସିଛି, ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ଦୀର୍ଘ ଛଅ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଭାଇରସ ନେଇ କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି । ଭାଇରସର ଉତ୍ପତ୍ତି କେଉଁଠାରୁ ହେଲା ଓ କେମିତି ହେଲା ତାହା ଏବେବି ସସ୍‌ପେନ୍ସ ଘେରରେ ରହିଛି । ପ୍ରାଥମିକ ରିପୋର୍ଟ ଅନୁମାନ କରାଯାଉଥିଲା କି ଏହା ବାଦୁଡି ଠାରୁ ମଣିଷକୁ ଏହି ଭାଇରସ ଆସିଛି । କିନ୍ତୁ ଏବେ ବୈଜ୍ଞାନିକ ମାନେ କହୁଛନ୍ତି ଯେ, ବାଦୁଡି ଠାରୁ ମିଳୁଥିବା ଭୂତାଣୁ ଠାରୁ ହଜାରେ ଗୁଣ ଶକ୍ତିଶାଳୀ କରୋନା (କୋଭିଡ-୧୯) ଭାଇରସ ।

 ବିଟ୍ରେନ୍‌ର ବୈଜ୍ଞାନିକମାନେ କରୋନା ଭାଇରସ ନେଇ ଲଗାତର ଭାବେ ରିସର୍ଚ୍ଚ ଜାରି କରୁଛନ୍ତି । କିଙ୍ଗ୍‌ କଲେଜ ଲଣ୍ଡନର କିଛି ବୈଜ୍ଞାନିକମାନେ ରିସର୍ଚ୍ଚ ଏହା ଜଣାପଡିଛି ଯେ, କରୋନା ଭାଇରସ ବାଦୁଡ଼ିଙ୍କ ଠାରୁ ମଣିଷକୁ ପ୍ରବେଶ କରିନାହିଁ । କାହିଁକି ନା ବାଦୁଡ଼ି ଠାରେ ମିଳୁଥିବା ଭୂତାଣୁ କରୋନା ଭାଇରସର ଠାରୁ ବହୁ ଦୁର୍ବଳ । କୋଭିଡ-୧୯ ଭୂତାଣୁ ହଜାରେ ଶକ୍ତିଶାଳୀ ହୋଇଥାଏ ବାଦୁଡି ଦେହରେ ମିଳୁଥିବା ଭୂତାଣୁ ଠାରୁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।  


ବୈଜ୍ଞାନିକଙ୍କ ଅନୁସନ୍ଧାନରେ ଏହି ତଥ୍ୟ ସାମ୍ମାକୁ ଆସିଛି ଯେ, ଗତ କିଛି ଦିନେ ହେଲା ସମସ୍ତ ବିଶ୍ୱାସ କରୁଥିଲେ କି କରୋନା ଭାଇରସ ବାଦୁଡ଼ିଙ୍କ ଠାରୁ ବ୍ୟାପିଛି । ତାହା ଭୁଲ ପ୍ରମାଣିତ ହୋଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ବାଦୁଡିଙ୍କ ଠାରେ ମିଳୁଥିବା ITG 13 ନାମକ ଭାଇରସ ମନୁଷ୍ୟକୁ ସଂକ୍ରମିତ କରିପାରିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ SARS-COV-2 ସବୁଠାରୁ ନିକଟର ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁଇଟି ଭାଇରସର ସରଞ୍ଚନା ମଧ୍ୟରେ ବହୁତ ଫର୍କ ରହିଥାଏ । ଦୁଇ ଭାଇରସଙ୍କ କ୍ଷମତା ମଧ୍ୟ ଏକା ଭଳି ନୁହେଁ ବୋଲି ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ରିସର୍ଚ୍ଚରୁ ଜଣାପଡିଛି କି ITG 13 ମନିଷ ଶରୀରରେ ଏତେ ସହଜରେ ଆକ୍ରାନ୍ତ କରିବାପାରିବ ନାହିଁ ।

ଯେତିକି ପରିମାଣର କୋଭିଡ-୧୯ ଆକ୍ରାନ୍ତ କରୁଛି । ଅନେକ ଘଟଣାରୁ ରିସର୍ଚ୍ଚ କରୁଥିବା ବେଳେ ବୈଜ୍ଞାନିକମାନେ ସ୍ପଷ୍ଟ କଲେ ଯେସ କୋଭିଡ-୧୯  ଭାଇରସ ଏବଂ ବାଦୁଡ଼ି  ଦେହରେ ରହିଥିବା ଭାଇରସ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି । ବାଦୁଡି ଦେହରେ ମିଳିଥିବା ଭାଇରସ କୋଭିଡ-୧୯ଠାରୁ ବହୁ ଦୁର୍ବଳ । ବାଦୁଡିଙ୍କ ଠାରେ ମିଳୁଥିବା ଭାଇରସ ITG 13 ଭାଇରସ SI-1ର ମଧ୍ୟ ଧରଣର ଭାଇରସ । ଏହା ମଣିଷ ଦେହରେ ସଂକ୍ରମିତ କରିବାରେ ଅସମର୍ଥ । ସେହିପରି କୋଭିଡ-୧୯ର ଭାଇରସ ମଣିଷ ଦେହରେ ସାଧାରଣ ଭାବେ ପ୍ରବେଶ କରିଥାଏ । ବହୁତ ଜୋରରେ ସଂକ୍ରମିତ କରିଥାଏ ।

ସେହିପରି ଅନ୍ୟ ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, କୋଭିଡ-୧୯ ଭାଇରସ ମଣିଷ ହାତରେ ପ୍ରସ୍ତୁତ କରାଯାଇନାହିଁ । ସମୟ ସମୟରେ ଏହା ବିକଶିତ ହୋଇଥାଏ । କିନ୍ତୁ  କରୋନା ଭାଇରସକୁ ଚୀନ୍‌ ନିଜର ବିଭିନ୍ନ ପ୍ରକାର  ପ୍ରୟୋଗଶାଳ ଦ୍ୱାରା ସୃଷ୍ଟି ହୋଇଛି ବୋଲି ଦାବି ହେଉଛି ।

   Related Posts