Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ

30/10/2020 at 10:07 PM

ନୂଆଦିଲ୍ଲୀ ୩୦।୧୦: ତୁର୍କୀ ଓ ଗ୍ରୀସ ସୀମାରେ ଶୁକ୍ରବାର ଭୁକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରହିଛି। ଭୂକମ୍ପ ପରେ ଗ୍ରୀସରେ ସୁନାମି ଆସିଛି। ଭୂକମ୍ପ ତୁର୍କୀରେ ତାଣ୍ଡବଲୀଳା ମଚାଇଛି। ଇଜମିର ସହରର ଅନେକ ସ୍ଥାନରେ କୋଠା ଭୁଶୁଡି ପଡିଛି।

ତୁର୍କୀରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦୦ରୁ ଅଧିକ ଆହତ  ହୋଇଛନ୍ତି। ତୁର୍କୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଫହାର୍ଟିନ କୋକା କହିଛନ୍ତି ଦୁର୍ଭାଗ୍ୟରୁ ଆମର ୬ ଜଣ ନାଗରିକଙ୍କ ଭୂକମ୍ପରେ ମୃତ୍ୟୁ ଘଟିଛି। ତୁର୍କୀର ତଟବର୍ତ୍ତୀ ସହର ଇଜମିରରେ କୋଠା ଭୁଶୁଡି ପଡିଛି। ୭୦ ଜଣ ଲୋକଙ୍କ  ଜୀବନ ବଞ୍ଚାଯାଇଥିବା ଇଜମିର ଗଭର୍ଣ୍ଣର କହିଛନ୍ତି।

ତୁର୍କୀର ଆଭ୍ୟନ୍ତରୀନ ମନ୍ତ୍ରୀ ସୁଲେମାନ ସୋଏଲ ଟ୍ଵିଟ୍ କରିଛନ୍ତି, ଏ ପର୍ଯ୍ୟନ୍ତ ଆମକୁ ୬ଟି କୋଠା ଧ୍ଵଂସ ହୋଇଥିବା ସୂଚନା ମିଳିଛି। ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ଅନେକ ଟିମ୍ ଅଲଗା ଅଲଗା ସହରରେ ନିୟୋଜିତ ହୋଇଛନ୍ତି।

ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଗ୍ରୀକ ଦ୍ଵୀପର ଉତ୍ତର ପୂର୍ବରେ ୧୩ କିଲୋମିଟର ଦୂରରେ ୧୬.୫ କିଲୋମିଟର ଗଭୀରତାରେ  ଗ୍ରୀସ ଓ ତୁର୍କୀ କୂଳରୁ ଇଜିଅନ ସାଗରରେ ରହିଛି। ଆମେରିକା ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଭୂକମ୍ପର କେନ୍ଦ୍ର ଗ୍ରୀସର ନୋନ କାର୍ଲୋଭସିୟନ ସହରର ଉତ୍ତର-ପୂର୍ବ ୧୪ କିଲୋମିଟର ଦୂର ରହିଥିଲା।

   Related Posts