Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଚୀନକୁ ଆଉ ଏକ ଝଟ୍‌କା : ବିଦ୍ୟୁତ୍ ଉପକରଣ ଆମଦାନୀ ଉପରେ ଲାଗିଲା ରୋକ୍, ସାଇବର୍ ହମ୍‌ଲା ଆଶଙ୍କାରେ ଆକ୍ସନ୍

3/07/2020 at 12:18 PM

ନୂଆଦିଲ୍ଲୀ ୦୩/୦୭ : ଭାରତ ସରକାର ସବୁଆଡୁ ଚୀନର ଚାଲବାଜିକୁ ମାତ ଦେବାକୁ ପ୍ରସ୍ତୁତ ଅଛନ୍ତି | ଏହି ଦିଗରେ ଆଉ ଏକ ମହତ୍ଵପୁର୍ଣ ପଦକ୍ଷେପ ଉଠାଇଛନ୍ତି ସରକାର | ଚୀନରୁ ଆମଦାନୀ ହେଉଥିବା ସମସ୍ତ ବିଦ୍ୟୁତ ଉପକରଣର ଆମଦାନୀ ଉପରେ ରୋକ ଲାଗିବ | କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ଆର.କେ.ସିଂହ ଶୁକ୍ରବାର ଦିନ ରାଜ୍ୟ ବିଜୁଳି ଓ ନବୀକରଣ ଉର୍ଜା ମନ୍ତ୍ରୀମାନଙ୍କ ସହିତ ବୈଠକ କରିଛନ୍ତି | ସେ କହିଛନ୍ତି ଯେ ଚୀନ ଓ ପାକିସ୍ତାନରୁ ବିଦ୍ୟୁତ ଉପକରଣ ଆମଦାନୀକୁ ଅନୁମତି ଦିଆଯିବ ନାହିଁ | କିଛି ଦିନ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ ଯେ ଚୀନରୁ ଭାରତକୁ ଆମଦାନୀ ହେଉଥିବା ସମସ୍ତ ବିଦ୍ୟୁତ ଉପକରଣର ଭଲ ଭାବେ ଯାଞ୍ଚ ହେବ | କାରଣ ଚୀନ ଏହି ଉପକରଣ ଜରିଆରେ ମାଲୱେୟର ଓ ଟ୍ରୋଜନ ହାର୍ସ ଭଳି ଭାଇରସ ଜରିଆରେ ସାଇବର ହମଲା କରିପାରେ | ଏହା ସାହାଯ୍ୟରେ ଭାରତର ଇଲେକ୍ଟ୍ରିସିଟି ଗ୍ରୀଡ଼କୁ ଫେଲ କରିବାକୁ ଷଡଯନ୍ତ୍ର ରସାହିପାରେ ଏବଂ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇପାରେ |

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଭାରତରେ ପର୍ଯ୍ୟାପ୍ତପରିମାଣର ବିଜୁଳି ଉପକରଣର ମେନୁଫେକ୍ଚର ହେଉଛି | ସେଥିପାଇଁ କୌଣସି ଉପକରଣ ବାହାରୁ ଆମଦାନୀ କରିବା ଆବଶ୍ୟକ ନୁହେଁ | ଯଦି କୌଣସି ଉପକରଣ ମେନୁଫେଫେକ୍ଚର ହେଉନାହିଁ ତାହେଲେ ସେହି ଉପକରଣ ଆମଦାନୀ ହୋଇପାରିବ | କିନ୍ତୁ ତାହା ମଧ୍ୟ ସୀମିତ ସମୟ ପାଇଁ ରହିବ | 

ନିକଟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ତାଙ୍କୁ ସୂଚନା ମିଳିଛି ଯେ ବିଦ୍ୟୁତ ଉପକରଣରେ ଏହିଭଳି ଭାଇରସ ଇନଷ୍ଟଲ କରାଯାଇପାରେ ଯାହାକୁ ଦୂରରେ ଥାଇ ମଧ୍ୟ ଆକ୍ଟିଭ କରିବା ସମ୍ଭବ ହୋଇପାରିବ | ଏହା ସାହାଯ୍ୟରେ ପାୱାର ସେକ୍ଟର ସହିତ ଅର୍ଥବ୍ୟବସ୍ଥାକୁ ମଧ୍ୟ ଠପ କରାଯାଇପାରିବ | ସେଥିପାଇଁ ଏହି ସେକ୍ଟରର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି | ଦେଶରେ ତିଆରି ହେଉଥିବା ଉପକରଣ ବ୍ୟବହାର କରାଯିବ | ଯେଉଁ ଉପକରଣ ଦେଶରେ ତିଆରି ହେଉନାହିଁ ତାହା ଆମଦାନୀ ହେବ କିନ୍ତୁ ଯେକୌଣସି ଭାଇରସର ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯିବ | 

   Related Posts