Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାନିଲେ ଶକ୍ତିମନ୍ତ୍ରୀ – ମେକ୍ ଇନ୍ ଓଡ଼ିଶାର ୨ଟି ସଂସ୍କରଣରେ ଆଖି ଦୃଷ୍ଟିଆ ସଫଳତା ମିଳିନି

23/11/2019 at 9:40 PM

ଭୁବନେଶ୍ୱର ୨୩।୧୧ –  ମେକ୍ ଇନ୍ ଓଡ଼ିଶାର ୨ଟି ସଂସ୍କରଣରେ ରାଜ୍ୟକୁ ଆଖି ଦୃଷ୍ଟିଆ ସଫଳତା ମିଳିନି । ଶିଳ୍ପ ପ୍ରତିଷ୍ଠା ଏବଂ ନିଯୁକ୍ତି କ୍ଷେତ୍ରରେ ସେତଟା ସଫଳ ହୋଇନି ରାଜ୍ୟ ।  ବିଧାନସଭାରେ ଶକ୍ତି ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ରାଜ୍ୟରେ ୨୮୬ ଟି ଶିଳ୍ପ ପ୍ରତିଷ୍ଠା ଲାଗି ଆବେଦନ ହୋଇଥିଲା । ସେଥିରୁ ୧୧୯ ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି ।

 ୨୦୧୮ ସଂସ୍କରଣରେ କେବଳ ୨୦୨ଟି ପ୍ରକଳ୍ପ ରେ ରାଜ୍ୟ ସରକାର ୫ ଲକ୍ଷ ୯୧ ହଜାର ୮୪୭ ଜଣଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲେ । ସେଥିରୁ ୭୫ ଟି ପ୍ରକଳ୍ପ ମାଧ୍ୟମରେ ୬୪ ହଜାର ୫୬୦ ଜଣଙ୍କୁ ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାର ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି କ୍ଷେତ୍ରରେ ଆଶାଜନକ ସଫଳତା ପାଇନାହାନ୍ତି ବୋଲି କହିଛନ୍ତି ।…  

   Related Posts