ମାୟାନଗରୀ ମୁମ୍ବାଇରେ ପାୱାର ଗ୍ରୀଡ୍ ଫେଲ୍: ପୁରା ସହରରେ ବିଜୁଳି ସେବା ବ୍ୟାହତ, ଥମିଲା ଲୋକାଲ୍ ଟ୍ରେନ୍

Published By : Prameya-News7 Bureau | October 12, 2020 IST

ମୁମ୍ବାଇ ୧୨/୧୦ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଗତି ସୋମବାର ଦିନ ଥମିଯାଇଛି। ସୋମବାର ଦିନ ସକାଳେ ବିଜୁଳି ବିଭାଗର ପାୱାର ଗ୍ରୀଡ଼୍ ଫେଲ୍ ହୋଇଯାଇଛି। ଫଳରେ ପୁରା ସହରରେ ବିଜୁଳି ସେବା ବ୍ୟାହତ ହୋଇଛି। ଏହାସହ ସହରରେ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ବ୍ୟାହତ ହୋଇଛି। ମୁମ୍ବାଇ ସହ ଥାନେର କିଛି ଅଞ୍ଚଳରେ ମଧ୍ୟ ବିଜୁଳି କଟିଯାଇଛି। ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ଼୍ ଫେଲ୍ ହୋଇଛି। ସେଣ୍ଟ୍ରାଲ୍ ରେଳ ଲାଇନରେ ରେଳ ସେବା ଠପ୍ ହୋଇଯାଇଛି।

{"id":342863,"sizeSlug":"large"}

ମୁମ୍ବାଇରେ ପାୱାର୍ ଗ୍ରୀଡ଼୍ ଫେଲ୍ ହେବା କାରଣରୁ ସହରର ଲାଇଫଲାଇନ୍ ଲୋକାଲ୍ ଟ୍ରେନ୍ ଅଟକି ରହିଛି। ଫଳରେ ଚର୍ଚ୍ଚ ଗେଟ୍ ଓ ବସଇ ମଧ୍ୟରେ ଲୋକାଲ ଟ୍ରେନ ସେବା ରୋକିବାକୁ ପଡିଥିଲା। ସୂଚନା ଦିଆଯାଇଛି ଯେ ୪୦୦ କେଭି ଲାଇନରେ ଟ୍ରିପିଙ୍ଗ୍ ହୋଇଛି। ଏଥିପାଇଁ ଏମଆଇଡ଼ିସି, ପାଲଘର ଓ ଦହାନୁ ଲାଇନ ପ୍ରଭାବିତ ହୋଇଛି। ଏହାକୁ ଠିକ କରିବାକୁ ପାଖାପାଖି ଘଣ୍ଟାଏ ସମୟ ଲାଗିବ।

{"id":342870,"sizeSlug":"large"}

ମୁମ୍ବାଇରେ ବିଜୁଳି ଯୋଗାଉଥିବା ଟ୍ରାନ୍ସଫର୍ମର ଓ ବିଜୁଳି ଲାଇନରେ ମଧ୍ୟ ସମସ୍ୟା ଦେଖାଦେଇଛି। ମୁମ୍ବାଇ ଓ ତାର ଉପନଗରୀୟ ଅଞ୍ଚଳରେ ୩୬୦ ମେଗାୱାଟ ବିଜୁଳି ସପ୍ଲାଏ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ ଏହି ସମସ୍ୟା ଘଣ୍ଟାଏ ମଧ୍ୟରେ ସମାଧାନ କରାଯିବ। ଏହାକୁ ଠିକ କରିବାକୁ ସରକାର ପୁରା ପ୍ରୟାସ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.