Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମଧ୍ୟପ୍ରଦେଶକୁ ନେଇ ପାୱାର ଛାନିଆ, ଡାକିଲେ ବିଧାୟକ ଦଳ ବୈଠକ, କଂଗ୍ରେସ କହିଲା ମହାରାଷ୍ଟ୍ରରେ ନାହିଁ ଡର

11/03/2020 at 4:13 PM

ମୁମ୍ବାଇ ୧୧।୩: ଏନସିପି ମୁଖିଆ ଶରଦ ପାୱାର ବୁଧବାର ସନ୍ଧ୍ୟାରେ ତାଙ୍କ ଦଳର ବିଧାୟକମାନଙ୍କ ଏକ ବୈଠକ ଡାକିଛନ୍ତି। ହୁଏତ ଏହି ବୈଠକରେ ମାର୍ଚ୍ଚ୨୬ ରାଜ୍ୟସଭା ନିର୍ବାଚନ ଲାଗି ବିଚାରବିମର୍ଷ ହୋଇପାରେ। ତେବେ ମଧ୍ୟପ୍ରଦେଶରେ ଉପୁଜିଥିବା ପରିସ୍ଥିତିରେ ପାୱାରଙ୍କ ବିଧାୟକ ଦଳ ବୈଠକ ଆହ୍ୱାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। 

ତେବେ ଜନୈକ ବରିଷ୍ଠ ଏନସିପି ନେତାଙ୍କ ଅନୁସାରେ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନରେ ଏନସିପି ଏଥର ୨ଟି ପ୍ରାର୍ଥୀ ଦେବ। ଏଥିରେ ନିଜେ ଶରଦ ପାୱାର ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ଏନସିପି ମନ୍ତ୍ରୀ ଫଉଜିଆ ଖାନ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଏଥିଲାଗି ସେମାନେ ବୁଧବାର ପ୍ରାର୍ଥୀପତ୍ର ଦାଖଲ ବି କରିଛନ୍ତି। ଏଣୁ ସନ୍ଧ୍ୟାରେ ଶରଦ ରାଜ୍ୟସଭା ନିର୍ବାଚନରେ ଦଳର ରଣନୀତି ନିର୍ଦ୍ଧାରଣ ଲାଗି ଏହି ବିଧାୟକ ଦଳ ବୈଠକ ଡାକିଥାଇପାରନ୍ତି ବୋଲି କହିଛନ୍ତି।

ସେପଟେ ମଧ୍ୟପ୍ରଦେଶ ରାଜନୀତିରେ ଦେଖା ଦେଇଥିବା ଉଠାପକା ପରିସ୍ଥିତିକୁ ଏବେ ଦେଶର ବିଭିନ୍ନ ରାଜନୈତିକ ଦଳ ବିଜେପିର ଉପଜ ବୋଲି ଭାବୁଛନ୍ତି। ହୁଏତ ମଧ୍ୟପ୍ରଦେଶରେ ବିଜେପି ଖେଳିଥିବା ଅପରେସନ ‘ଲୋଟସ’ ଏବେ ମହାରାଷ୍ଟ୍ରରେ ବି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏଭଳି ଆଶଙ୍କାକୁ କିନ୍ତୁ ନିରାଧାର କହିଛନ୍ତି ଏନସିପି ନେତାମାନେ। ମଧ୍ୟପ୍ରଦେଶରେ ଦେଖାଦେଇଥିବା ପରିସ୍ଥିତି ଦିନେ ଦୁଇଦିନରେ ଉପୁଜିଛି। ହେଲେ ଏନସିପିର ଏହି ବୈଠକ ଏନେକ ଦିନରୁ ସ୍ଥିରିକୃତ ହୋଇଥିଲା ବୋଲି ନେତାମାନେ କହିଛନ୍ତି।

ସେପଟେ ମହାରାଷ୍ଟ୍ର କଂଗ୍ରେସ ନେତାମାନେ ବିକାଶ ଅଗାଢି ସରକାର ବେଶ୍ ମଜଭୁତ ଥିବା କହିଛନ୍ତି। ରାଜ୍ୟ ପିଡବ୍ଲୁଡି ମନ୍ତ୍ରୀ ଅଶୋକ ଚୌହାନ ଶିବସେନା ନେତୃତ୍ୱରେ ବିକାଶ ଅଗାଢି ଲାଗି ସେଭଳି କୌଣସି ଧମକର ଆଶଙ୍କା ନଥିବା କହିଛନ୍ତି। ସେପଟେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ପରିସ୍ଥିତି ଓ ରାଜନୀତିକୁ ଭିନ୍ନ ବୋଲି କହିଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ବାଲ ଶାହେବ ଥରୋଟ। ଏଠାରେ ମେଣ୍ଟ ଦଳଙ୍କ ମଧ୍ୟରେ ଯେପରି ସମନ୍ୱୟ ଓ ସମ୍ପର୍କ ରହିବା କଥା ସେପରି ଅଛି ବୋଲି କହିଛନ୍ତି ଥରୋଟ୍।  

   Related Posts