ସରକାରଙ୍କ ଘୋଷଣା: ସିଧାସଳଖ ଖାତାକୁ ଆସିବ ବିଜୁଳି ସବ୍‌ସିଡି, ଆରମ୍ଭ ହେବ ସ୍ମାର୍ଟ ମିଟର୍ସ ସୁବିଧା

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: ବିଜୁଳି କମ୍ପାନୀଙ୍କ ଅକ୍ଷମତାର ବୋଝ ଏବେ ଗ୍ରାହକଙ୍କୁ ଉଠାଇବାକୁ ପଡିବ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କୋଭିଡ୍-୧୯ ଆର୍ଥିକ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟର ଘୋଷଣା ସମୟରେ ଟାରିଫ ପଲିସିରେ ପରିବର୍ତ୍ତନର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଜୁଳି କମ୍ପାନୀକୁ ପର୍ଯ୍ୟାପ୍ତ  ବିଜୁଳି ଉପଲବ୍ଧ କରାଇବାକୁ ପଡିବ। ଯଦି ଲୋଡ୍‌ ସେଡିଙ୍ଗ ସମସ୍ୟା ଉପୁଜେ ତେବେ ଏଥିପାଇଁ ସେମାନଙ୍କ ଉପରେ ଜରିମାନା ଲଗାଯିବ। ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ଟାରିଫ ପଲିସି ଆଧାରରେ ବିଜୁଳି ଯୋଗାଣ କରାଯିବ।

ଅର୍ଥ ମନ୍ତ୍ରୀ ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟାରିଫ ପଲିସି ଆଧାରରେ ବିଜୁଳି ଉଦ୍ୟୋଗକୁ ଘରୋଇକରଣ କରାଯିବ। ଏହି କାର୍ଯ୍ୟକୁ ଶୀଘ୍ର ପୂରା କରାଯିବ। ବିଜୁଳି କମ୍ପାନୀଙ୍କ ଅବହେଳାର ବୋଝ ଗ୍ରାହକଙ୍କ ଉପରେ ପଡିବ ନାହିଁ। ଲୋଡ୍ ସେଡିଂ ପରି କୌଣସି ସସମ୍ୟା ହେଲେ ଏଥିପାଇଁ କମ୍ପାନୀଙ୍କ ଉପରେ ଜୋରିମାନା ଲଗାଯିବ।

wp:core-embed/twitter {"url":"https://twitter.com/PIB_India/status/1261621110107287554?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261621110107287554\u0026ref_url=https%3A%2F%2Fhindi.news18.com%2Fnews%2Fbusiness%2Fpower-distribution-to-be-privatised-direct-subsidy-transfer-and-prepaid-smart-meters-economic-package-3120349.html","type":"rich","providerNameSlug":"twitter","className":""}
https://twitter.com/PIB_India/status/1261621110107287554?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261621110107287554&ref_url=https%3A%2F%2Fhindi.news18.com%2Fnews%2Fbusiness%2Fpower-distribution-to-be-privatised-direct-subsidy-transfer-and-prepaid-smart-meters-economic-package-3120349.html
/wp:core-embed/twitter

ସେ ଏହା ମଧ୍ୟ କହିଛନ୍ତି, ବିଜୁଳି କମ୍ପାନୀଙ୍କ ପର୍ଯ୍ୟାପ୍ତ ଉତ୍ପାଦନକୁ ଉନ୍ନତ କରିବା ପାଇଁ କାମ କରାଯିବ। ସେବାର ଗୁଣବତ୍ତାରେ ସୁଧାର ଦେଖିବାକୁ ମିଳିବ। ପାଓ୍ଵର ସେକ୍ଟରେ ଡାଇରେକ୍ଟ ଟ୍ରାନ୍ସଫର ଆଧାରରେ ସବସିଡି୍ ଦିଆଯିବ। ଏହା ସହିତ ସ୍ମାର୍ଟ ପ୍ରିପେଡ୍‌ ମିଟର୍ସକୁ ଅଧିକ ଉପଯୋଗ କରାଯିବ।

ଉଲ୍ଲେଖଯୋଗ୍ୟ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟର ଘୋଷଣା କରିଛନ୍ତି। ଏଥିରେ ୮ଟି କ୍ଷେତ୍ରକୁ ନେଇ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ସାମାଜିକ ଭିତ୍ତିଭୂମି ଢାଞ୍ଚା, ବିମାନ, ବିଜୁଳି ବିତରଣ, ଅନ୍ତରୀକ୍ଷ ଓ ପରମାଣୁ ଶକ୍ତି କ୍ଷେତ୍ରର ସୁଦୃଢୀକରଣ ଉପରେ ଗୁରୁତ୍ଵାରୋପ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.