ଅସହ୍ୟ ଗୁଳୁଗୁଳିକୁ ଅଘୋଷିତ ପାୱାର କଟ୍
22/06/2018 at 6:15 AM

ସହରଠୁ ଗାଁ ଚାଲିଛି ଅଘୋଷିତ ପାୱାର କଟ୍ । ଏଥର ଖରାଦିନେ ଅନେକ ସମୟରେ କାଳ ବୈଶାଖୀ ବର୍ଷା ବରଦାନ ସାବ୍ୟସ୍ତ ହୋଇଥିଲା । ତେଣୁ ୱାପାର କଟ୍ ବାଧିନଥିଲା । ଲୋକଙ୍କ ଆକ୍ରୋଶରୁ ବଞ୍ଚି ଯାଇଥିଲା ବିଦ୍ୟୁତ ବିଭାଗ । ହେଲେ ଗତ ୧୫ – ୨୦ଦିନ ଧରି ପାରଦ ଚଢିଥିବା ବେଳେ, ଧରା ପଡିଯାଇଛି ବିଦ୍ୟୁତ ବିଭାଗର ପାରିବାପଣିଆ । ଅସହ୍ୟ ଗୁଳୁଗୁଳିକୁ ଅଘୋଷିତ ପାୱାର କଟ୍ ଧରାପକାଇ ଦେଇଛି ବିଭାଗର ବାସ୍ତବ ସ୍ଥିତି । ସାରା ରାଜ୍ୟରେ ବିଦ୍ୟୁତ କାଟ୍ ସ୍ଥିତି ବେଶ ଗମ୍ଭୀର ହୋଇ ପଡିଛି ।