Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରାଜ୍ୟର ଏହି ସବୁ ସ୍ଥାନରେ ହେଉଛି ବିଦ୍ୟୁତ୍ କାଟ୍, ଜାଣନ୍ତୁ କେଉଁ ସମୟରେ କେଉଁଠି ହେଉଛି

29/12/2019 at 1:48 PM

ଭୁବନେଶ୍ବର ୨୯।୧୨: ରକ୍ଷଣ ବେକ୍ଷଣ କାର୍ଯ୍ୟ ପାଇଁ ସେସୁ ଅଧିନରେ ଥିବା ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍‌ କାଟ କରାଯାଉଛି। ଶନିବାରରେ ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ୍‌କାଟ କରାଯାଇଥିଲା । ସେହିପରି ବିଦ୍ୟୁତ ରକ୍ଷଣ ବେକ୍ଷଣ ପାଇଁ ରବିବାର ଓ ସୋମବାର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ୍‌ କାଟ କରାଯିବ ।

୨୮ ତାରିଖ ଶନିବାର ଦିନ ଭୁବନେଶ୍ବରର ଜନପଥ, ଶ୍ରୀୟା ଅଞ୍ଚଳ, ରାମ ମନ୍ଦିର ଅଞ୍ଚଳ, ବିଡିଏସି କଲୋନୀ, ରେଳ ବିହାର, ନାବାର୍ଡ ଅଞ୍ଚଳରେ ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯାଇଥିଲା ।  ଚନ୍ଦକା ଶିଳ୍ପାଞ୍ଚଳ ଏରିଆରେ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ଥିଲା । କଟକର  ଖୁଣ୍ଟାକଟା, ନରିସଂହପୁର ଅଞ୍ଚଳରେ ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଇଥିଲା । ତେବେ ସେହିପରି ଢେଙ୍କାନାଳ ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ରହିଥିଲା ।  

ରବିବାର ଦିନ ଭୁବନେଶ୍ବର ଆରଏମଆରସି, ଚନ୍ଦ୍ରଶେଖରପୁରରେ ଦିନ ୧୦ଟାରୁ ୧୨ଟାପର୍ଯ୍ୟନ୍ତ ବିଦ୍ୟୁତ କାଟ ରହିଥିଲା । ଚନ୍ଦକା  ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଏରିଆରେ ଦିନ ୧୦ଟାରୁ ଅପରାହ୍ନ ୨ଟାପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ । କଟକ ସହରର ଖପୁରିଆ ଅଞ୍ଚଳରେ ସକାଳ ୧୦ଟାରୁ  ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ  ଓ କଟକ ଗ୍ରାମାଞ୍ଚଳର ଖୁଲେଇଓ, ରତାପଟାରେ ସକାଳ ୮ଟାରୁ ଦିନ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ରହିଥିଲା । ସେହପରି ଟାଙ୍ଗି, ଚାରବାଟିଆ ଓ ଚୌଦ୍ବାର ଅଞ୍ଚଳରେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସରାବରହ ବନ୍ଦ ରହିବ  । ଢେଙ୍କାନାଳରେ ସକାଳ ୯ଟାରୁ  ଦିନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ସେହିପରି ବିଦ୍ୟୁତ ରକ୍ଷଣ ବେକ୍ଷଣ ୩୦ତାରିଖ ସୋମବାର ଦିନ ଭୁବନେଶ୍ବରର ଦାରୁଠେଙ୍ଗ, ଚନ୍ଦକା, ପଥରଗାଡିଆ, ସୁନ୍ଦରପୁର, କୁଜିମହଲ, ଲୁଏସ୍ ରୋଡ୍‌ ଅଞ୍ଚଳରେ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ବନ୍ଦ ରହିଥିଲା । ତେବେ ସେହପରି କଟକ ଗ୍ରାମାଞ୍ଚଳର ବଡଚଣା, ଚଣ୍ଡିଖୋଲ, ଭାକୁଦ, ଛତିଆ, ବରି, ଚମ୍ପାପୁର ସେକ୍ସନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସରାବରହ ବନ୍ଦ ରହିବ ।

   Related Posts