Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

‘ଫନି’ ଅପଡେଟ୍ : ପବନର ବେଗ ଘଣ୍ଟାପ୍ରତି ୫୦କିଲୋମିଟର ହେଲେ କାଟି ଦିଆଯିବ ବିଜୁଳି

2/05/2019 at 5:53 PM

ଭୁବନେଶ୍ବର ୨|୫: ବାତ୍ୟା ପ୍ରବଣ ଅଞ୍ଚଳ ପାଇଁ ବିଦ୍ୟୁତ୍ କଟକଣା ଜାରି କରିଛି ଶକ୍ତି ବିଭାଗ । ପବନର ବେଗ ଘଣ୍ଟାକୁ ୫୦ କିମି ହେଲେ ହେବ ପାଓ୍ବାର କଟ୍ ହେବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ଆଜି ରାତି ୧୦ଟା ପରଠାରୁ ପବନର ବେଗ ଉପରେ ନଜର ରଖାଯିବ ।

‘ଫନି’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଏବଂ ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ସର୍ବାଧିକ ୨୦୦କିଲୋମିଟର ରହିବ । ଏହି ସମୟରେ ବିଦ୍ୟୁତ ଖୁଣ୍ଟ ଉପୁଡିଯିବାର ଭୟ ରହିଛି । ଏହାସହ ଗଛ ଉପୁଡି ବିଦ୍ୟୁତ ତାର ଉପରେ ପଡିଯିବା ଭୟ ମଧ୍ୟ ରହିଛି । ବିଶେଷକରି ପ୍ରଚଣ୍ଡ ପବନ ବେଳେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡିକ ସର୍ଟ ସର୍କିଟ୍ ହୋଇ ଜଳିଯିବାକ ଆଶଙ୍କା ରହିଛି । ଏଭଳି ଯେକୌଣସି ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତିର ଆଶଙ୍କା ଥିବାରୁ ପବନର ବେଗ ଅଧିକ ହେବା ମାତ୍ରେ ବିଜୁଳି କାଟ୍ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ସେମାନଙ୍କ ମୋବାଇଲ, ଚାର୍ଜ ଲାଇଟ୍ ଆଦି ଚାର୍ଜ କରି ରଖିବା ସହ ପାଣି ମହଜୁଦ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷକରି ପବନ ସମୟରେ ବିଜୁଳି କାଟ୍ ହୋଇଥିଲେ ମଧ୍ୟ ବିଜୁଳି ଯନ୍ତ୍ରାଂଶକୁ ନଛୁଇଁବା ପାଇଁ ଆଡଭାଇଜରୀ ଜାରି କରାଯାଇଛି ।

   Related Posts