ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ

Published By : Prameya-News7 Bureau | October 27, 2021 IST

ଚାନ୍ଦବାଲି ୨୭।୧୦: ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଦୀର୍ଘ ୧୨ଘଣ୍ଟା ଧରି ଆଖଣ୍ଡଳମଣୀ ପୀଠ ଅନ୍ଧାରରେ। ପିଇବା ପାଣି ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ସ୍ଥାନୀୟ ଅଞ୍ଚଳବାସୀ । ପ୍ରଦୂଷିତ ଜଳରେ ଚାଲିଛି ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତି।

ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହୁଛି ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣୀଙ୍କ ପୀଠ ସହ ଆଖପାଖ ୪୦\୫୦ ଖଣ୍ଡ ଗାଁ । ଏପରି ବିଦ୍ୟୁତ କାଟ୍ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲେ କୌଣସି ଉତ୍ତର ମିଳେନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ମଙ୍ଗଳବାର ରାତି ପ୍ରାୟ ୯ଟାଠାରୁ ଦୀର୍ଘ ୧୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ବୁଧବାର ୯ଟା ଯାଏଁ ଆରଡି ପୀଠ ସମେତ ଆଖପାଖ ସମସ୍ତ ଗାଁ ଅନ୍ଧାରରେ ରହିଛି ।  ବିଦ୍ୟୁତ କାଟ୍ ଯୋଗୁଁ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ନାନା ଅସୁବିଧା ଦେଖା ଦେବା ସହ ନୀତିକାନ୍ତି ଓ ଜଳାଭିଷେକ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ସମସ୍ତ କାର୍ଯ୍ୟ ଚାଲିଥିବା ସେବାୟତ କହିଛନ୍ତି ।

ବିଶେଷକରି ବିଜୁଳି କାଟ୍ ଯୋଗୁଁ ସିଧାସଳଖ ଭାବେ ପ୍ରଭାବ ପକାଇଛି ଛାତ୍ରଛାତ୍ରୀଙ୍କ ଉପରେ । ମୋବାଇଲ ଟାଓ୍ବାରରେ ରହୁନଥିବାରୁ ଇଣ୍ଟରନେଟ୍ ଓ ଅନଲାଇନ୍ ସେବା ଠପ୍ ହୋଇଯାଉଛି । ଅତ୍ୟାବଶ୍ୟକୀୟ ଜମିପଟ୍ଟା ଅନ୍ୟାନ୍ୟ ସାର୍ଟିଫିକେଟ୍ ଓ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଠପ୍ ହୋଇଯାଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଲୋକ ଦାବି ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.