Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ରାଜ୍ୟରେ ସାଂଘାତିକ ବିଦ୍ୟୁତ ସଙ୍କଟ: ୧୬ କୋଟି ଟଙ୍କା ଦେଇ ରାଜ୍ୟ ବାହାରୁ ବିଦ୍ୟୁତ କିଣି ଯୋଗାଉଛନ୍ତି ସରକାର, ଆଗକୁ ବ୍ୟାପକ ପାୱାରକଟ୍ ଆଶଂକା

8/08/2019 at 8:46 PM

ଭୁବନେଶ୍ବର୮|୮; ରାଜ୍ୟରେ ଏବେ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ବଦ୍ୟୁତ ଶକ୍ତି ବଳକା ରାଜ୍ୟ ବୋଲାଉଥିବା ରାଜ୍ୟସରକାର ଏବେ ସଙ୍କଟ ଟାଳିବାକୁ ବାହାର ରାଜ୍ୟ ଗ୍ରୀଡ ଉପରେ ନିର୍ଭର କରୁଛନ୍ତି ।

ବର୍ତ୍ତମାନ ପିକ ଆଓ୍ବାରରେ ଆବଶ୍ୟକ ଥିବା ୪ ହଜାର ମେଗାଓ୍ବାଟରୁ ଅଧା ରାଜ୍ୟସରକାର ବାହାରୁ କିଣୁଛନ୍ତି । ସେଥିପାଇଁ  ପ୍ରତିଦିନ ଖର୍ଚ୍ଚ କରୁଛନ୍ତି ୧୬କୋଟି ଟଙ୍କା । ଏନଟିପିସି କଣିହାଁ, ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ  ଏବଂ ଜଳ ବଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ଠପ ପାଇଁ ଏପରି ସଙ୍କଟ ମାଡି ଆସିଛି।

ପାଓ୍ବାର ସଙ୍କଟ । କତେବେ​‌ଳେ ବି ଅନ୍ଧାର ଘୋଟି ଯାଇପାରେ । ଥର୍ମାଲା ପାଓ୍ବାର ପ୍ଲାଣ୍ଟ ସହ ହାଇଡ୍ରୋ ପାୱାରପ୍ଲାଣ୍ଟରେ ଏବେ ସଙ୍କଟଜନକ ସ୍ଥିତି ।  ବର୍ତମାନ ପିକ ଆଓ୍ବାରରେ ୪ହଜାର ମେଗାଓ୍ବାଓ ଆବଶ୍ୟକ ଥିବାବେଳେ ଉତ୍ପାଦନ ମାତ୍ର ୨ହଜାର ମେଗା ଓ୍ବାଟ ହେଉଛି।

ରାଜ୍ୟରେ ୨ହଜାର ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଅଭାବ ରହିଛି। ସେଥିପାଇଁ ରଜ୍ୟସରକାର ପ୍ରତିଦିନ ୧୬ କୋଟି ଟଙ୍କା ଦେଇ ରାଜ୍ୟ ବାହାର ଗ୍ରୀଡରୁ ବିଦ୍ୟୁତ କିଣି ଯୋଗାଉଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାର ସେଣ୍ଟ୍ରାଲ ଗ୍ରୀଡରୁ ୨୩ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଥିବାବେଳେ ଆଇପିପି ୩୩୯, ଓପିଜିସିରୁ ୬୫୨ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉପଲବ୍ଧ କରାଉଛନ୍ତି। ପାଓ୍ବାର ଏକ୍ସଚେଞ୍ଜ ଜରିଆରେ ୭ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଛନ୍ତି ରାଜ୍ୟ ସରକାର।

ଏପଟେ ବେଦାନ୍ତ, ଏନଟିପିସି କଣିହାଁ ଏବଂ ତାଳଚେର ପାଓ୍ବାର ପ୍ଲାଣ୍ଟ କୋଇଲା ଆଭାବ ପାଇଁ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବାଧା ଉପୁଜିଛି । ବେଦାନ୍ତ ୫ଶହ ମେଗାଓ୍ବାଟ, ଜିଏମଆର ୩୨୦ ମେଗାଓ୍ବାଟ,  ଏନଟିପିସି କଣିହାଁରୁ ୩୨୦, ଟିଟିପିଏସରୁ ୪୬୦ ମେଗାୱାଟ ବିଦ୍ୟୁତ ଶକ୍ତି ଆସିବା କଥା ।

ଏବେ କିନ୍ତୁ ଏଠାରୁ ବିଦ୍ୟୁତ ଶକ୍ତି ଆସିବା ପୁରା ଠପ ​ହୋଇଯାଇଛି। ଏନଟିପିସି ଷ୍ଟେଜ ୨ରୁ ୨ଶହ ମେଗାଓ୍ବାଟ ବଦଳରେ ଆସିୁଛି ୭୨ ମେଗାଓ୍ବାଟ। ସେହିପରି ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ୧୪୫୦ ମେଗାଓ୍ବାଟ ଆସିବା ବଦଳ​‌ରେ ଆସୁଛି ୨ଶହରୁ ୩ଶହ ମେଗାଓ୍ବାଟ। ଇନ୍ଦ୍ରାବତୀ, ବୁର୍ଲା, ଚିପିଲିମା, ରେଙ୍ଗାଲିରେ ବିଦ୍ୟୁତ ଉତ୍ପାଦନ ପୁରା ଠପ ହୋଇଯାଇଛି। ବାଲିମେଳାରୁ ୫୧୦ ମେଗାଓ୍ବାଟ ବଦଳରେ ୫୦ ମେଗାଓ୍ବାଟ ଉତ୍ପାଦନ ହେଉଛି।

ବର୍ଷା ଦିନ ହୋଇଥିବାରୁ ଏବେ ରାଜ୍ୟସରକାର ବାହାର ରାଜ୍ୟର ଗ୍ରୀଡରୁ ବଦ୍ୟୁତ ଶକ୍ତି ଆଣି ଚଳେଇ ନେଉଛନ୍ତି । ଯଦି ଏହପରି ସମସ୍ୟା ଲାଗି ରହେ ରାଜ୍ୟକୁ ବିଦ୍ୟୁତ ଶକ୍ତି ଯୋଗାଇବା ମୁସ୍କିଲ ହୋଇପଡିବ।

   Related Posts