ଏହି ସ୍ଥାନକୁ କୁହାଯାଏ ମୃତ୍ୟୁର ଦ୍ୱୀପ, ଏଠାକୁ ଯିବାକୁ ସରକାର ବି ବାରଣ କରନ୍ତି ଲୋକଙ୍କୁ

Published By : Prameya-News7 Bureau | August 26, 2019 IST

ପର୍ଯ୍ୟଟନ ଲାଗି ଲୋକେ ଦ୍ୱୀପକୁ ଅଧିକ ପସନ୍ଦ କରିଥାନ୍ତି। ଏଠାକାର ପ୍ରାକୃତିକ ସୁନ୍ଦରତା ଲୋକଙ୍କୁ ଅଭିଭୁତ କରିଥାଏ। ହେଲେ କିଛି ଦ୍ୱୀପ ଅଛି ଯେଉଁଠାକୁ ଲୋକେ ଭୟରେ ଯାଆନ୍ତିନି। ଏପରିକି ସେଠାକୁ ନ ଯିବା ଲାଗି ଲୋକଙ୍କୁ ସରକାର ବି ସତର୍କ କରାଇଥିବାର ଉଦାହରଣ କମ୍ ନାହିଁ। ଏପରି ଏକ ଦ୍ୱୀପ ହେଉଛି ଭେନିସିଆ ହ୍ରଦର ଉତ୍ତର ଦିଗରେ ଥିବା ପୋବେଗ୍ଲିଆ ଆଇଲ୍ୟାଣ୍ଡ। ଖୁବ୍ ସୁନ୍ଦର ଏହାର ପରିବେଶ। ହେଲେ ଏଠାକୁ ଯିବାର  ଅର୍ଥ ନିଜ ମୃତ୍ୟୁକୁ ଭେଟିବା। ଏଠାକୁ ଯାଇଥିବା ଲୋକେ କେହି ଫେରି ଆସିଥିବାର ଦେଖିନି। ଏଣୁ ସରକାର ବି ଦ୍ୱୀପକୁ ନ ଯିବା ଲାଗି କଟକଣା ଜାରି କରିଛନ୍ତି।

{"id":149395}

ପୋବେଗ୍ଲିଆରେ ଏକଦା ଏକ ସୁନ୍ଦର ଜନବସତୀଥିଲା। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ବି ଏଠାକୁ ଆସୁଥିଲେ। ହେଲେ ଅନେକ ବର୍ଷ ପୂର୍ବେ ଏଠାରେ ପ୍ଲେଗ ବ୍ୟାପିଥିଲା। ଏଣୁ ଦ୍ୱୀପକୁ କେହି ଯାତାୟାତ କରିନଥିଲେ। ଫଳରେ ଦ୍ୱୀପରୁ ଲୋକେ ବାହରକୁ ଯାଇ ନ ପାରି ସେହିଠାରେ ମରିବାକୁ ଲାଗିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ  ବ୍ୟାପୁଥିବା ରୋଗ ପ୍ରତିରୋଧ କରିବା ଲାଗି ସୁସ୍ଥ ଲୋକେ ପ୍ଲେଗ ପୀଡିତଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ। ଏଥିରେ ରୋଗ ପ୍ରଶମିତ ହେବା ବଦଳେ ଅଧିକରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ସମଗ୍ର ଦ୍ୱୀପ ଜନମାନବ ଶୂନ୍ୟ ହୋଇପଡିଥିଲା।

{"id":149396,"width":581,"height":436}

ବହୁ ବର୍ଷ ପରେ ସରକାର ଦ୍ୱୀପର ପୁନରୁଦ୍ଧାର କରି ଏଠାରେ ଏକ ମାନସିକ ଚିକିତ୍ସାଳୟ ସ୍ଥାପନା କରିଥିଲେ। ପରିବେଶ ଦୃଷ୍ଟିରୁ ଉତ୍ତମ ସ୍ଥାନରେ ଅବସ୍ଥିତି ଯୋଗୁ ସରକାର ଏଠାରେ ଏହି ଚିକିତ୍ସାଳୟ ସ୍ଥାପନ କରି ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ବି ସରକାର ନିଯୁକ୍ତ କରିଥିଲେ। ହେଲେ ଏଠାରେ ଅତି ଭୌତିକ କାଣ୍ଡ ଯୋଗୁ ଧିରେ ଧିରେ ସବୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଦ୍ୱୀପଛାଡି ଚାଲି ଯାଇଥିଲେ। ସେବେଠାରୁ ଦ୍ୱୀପକୁ ଅନ୍ୟ ଲୋକଙ୍କ ଲାଗି ନିଷିଦ୍ଧ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.