କରୋନା ଡର : ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଟ୍ରକ ସାନିଟାଇଜ ହେବ, ଡ୍ରାଇଭର-ହେଲ୍ପରଙ୍କ ନମୁନା ପରୀକ୍ଷା
22/04/2020 at 6:38 PM

କୋଲକାତାରୁ ଓଡ଼ିଶାକୁ ଆସୁଛି କରୋନା । କାରଣ ରାଜ୍ୟରେ ଏଯାଏଁ ଚିହ୍ନଟ ୮୩ ରୋଗୀଙ୍କ ମଧ୍ୟରୁ ୨୮ ଜଣଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ୍ । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଏଣୁ ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । କେବଳ ମଣିଷ ନୁହଁନ୍ତି ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଦୈନିକ ଆସୁଛି ଶହ ଶହ ଟ୍ରିପ୍ ଆଳୁ ପିଆଜ।

ଆଳୁ ଗଦିରେ ଆଳୁ ପିଆଜକୁ ସାନିଟାଇଜ୍ କରାଯାଉ । ଆସୁଥିବା ଡ୍ରାଇଭର ଏବଂ ହେଲ୍ପରଙ୍କ ସାମ୍ପଲ ଟେଷ୍ଟ କରାଯାଉ। ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଦୈନିକ ଆସୁଛି ଶହ ଶହ ଟ୍ରିପ୍ ଆଳୁ ପିଆଜ । ଯାହାକୁ ନେଇ ଏବେ ବଢିଲାଣି ଚିନ୍ତା । ପଶ୍ଚିମବଙ୍ଗରୁ ପରିବା ଓ ମାଛ ଗାଡିରେ ଆସିଥିବା ଅନେକ ଲୋକ କରୋନା ଆକ୍ରାନ୍ତ ହେବା ପରେ ଆଳୁ, ପିଆଜ ଏବଂ ଏସବୁ ଗାଡ଼ିର ଡ୍ରାଇଭରଙ୍କୁ ନେଇ ସରକାର ଚିନ୍ତି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ, ପିଆଜ ଟ୍ରକକୁ ସାନିଟାଇଜ୍ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ଟ୍ରକ ଡ୍ରାଇଭର, ହେଲପରଙ୍କ ନମୁନା ପରୀକ୍ଷା କରାଯିବ । ଏନେଇ କମିସନରେଟ ପୋଲିସ ଏବଂ ବିଏମସି ପକ୍ଷରୁ ଆଇଗିଣିଆ ଆଳୁ ଗୋଦାମ ମାଲିକ ମାନଙ୍କୁ ନେଇ ଏକ ବୈଠକ ହୋଇଛି ।

କେବଳ ପଶ୍ଚିମବଙ୍ଗ ନୁହେଁ ମହାରାଷ୍ଟ୍ରରୁ ମଧ୍ୟ ଓଡ଼ିଶାକୁ ପ୍ରତିଦିନ ତିରିଶି ରୁ ଅଧିକ ପିଆଜ ବୋଝେଇ ଟ୍ରକ ଆସୁଛି । ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଗୀନ ରହିଛି । ତେଣୁ ଏଠାକୁ ଆଳୁ ପିଆଜ ନେଇ ଆସୁଥିବା ଡ୍ରାଇଭର ଓ ହେଲପର ମାନଙ୍କର ମଧ୍ୟ ସାମ୍ପଲ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଏଠାରେ କାମ କରୁଥିବା ଲେବର ମାସ୍କ ବ୍ୟବହାର କରିବା ସହିତ କିଭଳି ସାମାଜିକ ଦୂରତା ରକ୍ଷା କରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ ଗୋଦାମ ମାଲିକ ମାନଙ୍କୁ କମିସନରେଟି ପୋଲିସ ଓ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି