ଖସିବ ଆଳୁ ଦର ! କେନ୍ଦ୍ର ଖାଉଟୀ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା, ଭୁଟ୍ଟାନରୁ ଆସୁଛି ବୋଝେଇ

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦:  ବେଶ୍ କିଛି ମାସ ହେଲା ବଜାରରେ ଆଳୁ ଚଢ଼ାଦରରେ ବିକ୍ରି ହେଉଛି। ମୁଖ୍ୟ ପରିବା ଭାବେ ଆଳୁ ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ଭାରି ପଡୁଛି। ଦେଶରେ ଏପର୍ଯ୍ୟନ୍ତ ଆଳୁ ଅମଳ ଆରମ୍ଭ ହୋଇନି। ଯେଉଁ କେତେକ ସ୍ଥାନରୁ ଆଳୁ ଆସୁଛି ତାହା ବଜାର ଆବଶ୍ୟକତା ପୂରଣ ଲାଗି ଯଥେଷ୍ଠ ହେଉନି। ଏଣୁ ଆଳୁ ଏକ ନିଶ୍ଚିତ ଦରରେ ପହଞ୍ଚି ସାରିଥିବା ବେଳେ ବଜାର ଦର ଆୟତ୍ତ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସରକାର ବିଦେଶରୁ ୧୦ଲକ୍ଷ ଟନ୍‌ ଆଳୁ ଆମଦାନୀ କରିଥିବା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର କହିଛନ୍ତି।

{"id":353563,"width":578,"height":321,"sizeSlug":"large"}

ଗୋୟଲଙ୍କ ସୂଚନା ଅନୁସାରେ ବିଦେଶରୁ ଆଳୁ ପର୍ଯ୍ୟାୟ କ୍ରମେ ଆସିବ। ତେବେ ପରିସ୍ଥିତି ସମ୍ଭାଳିବା ଲାଗି ତୁରନ୍ତ ୩୦ ହଜାର ଟନ୍‌ ମଗାଯାଇଥିବା ବେଳେ ତାହା ଭୁଟ୍ଟାନରୁ ଆସୁଥିବା କହିଛନ୍ତି। ଦେଶର ବିଭିନ୍ନ ବଜାରକୁ ଭୁଟ୍ଟାନ ଆଳୁ ପହଞ୍ଚିବା ପରେ ଦର କିଛିଟା ନିୟନ୍ତ୍ରିତ ହେବ। ପରେ ଆମଦାନୀ ଆଳୁ ପହଞ୍ଚିଯିବ ବୋଲି ଗୋୟଲ କହିଛନ୍ତି। ଦେଶର କେତେକ ରାଜ୍ୟର ଖୁଚୁରା ବଜାରରେ ଏବେ ଆଳୁ କେଜି ପିଛା ୬୦ଟଙ୍କା ଦରରେ ବିକ୍ରି ହେଉଛି। ଏଥିରେ କେନ୍ଦ୍ର ଖାଉଟୀ କଲ୍ୟାଣ ମନ୍ତ୍ରୀଙ୍କ ବୟାନ ଗ୍ରାହକଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

{"id":353564,"width":574,"height":385,"sizeSlug":"large"}

ବିଦେଶରୁ ଆଳୁ ଆମଦାନୀ ଲାଗି ସରକାର ସୀମା ଶୁଳ୍କ କମାଇ ୧୦ ପ୍ରତିଶତ କରିଦେଇଛନ୍ତି। ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବିଦେଶରୁ ଆଳୁ ଆମଦାନୀ ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଭିଡିଓ କନଫରେନସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଖାଉଟୀ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଆଳୁ ଓ ପିଆଜ ସଂକଟ ଦେଖା ଦେବନି ବୋଲି ଆଶା କରାଯାଉଥିଲା। ହେଲେ କୋଭିଡ-୧୯ ଲକଡାଉନ ଯୋଗୁ ସୁଷମ ବିତରଣ ପ୍ରଣାଳୀ ପ୍ରଭାବିତ ହେବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି।

{"id":353565,"width":576,"height":323,"sizeSlug":"large"}

ତେବେ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବିଦେଶରୁ ୧୦ ଲକ୍ଷ ଟନ୍‌ ଆଳୁ ଖୁବଶୀଘ୍ର ଭାରତୀୟ ବଜାରରେ ପହଞ୍ଚିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଯାହା ବଜାର ଦରକୁ ଏକ ନିଶ୍ଚିତ ସ୍ଥିତିକୁ ଫେରାଇ ଆଣିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଦେଶରେ ମଧ୍ୟ ଆଳୁ ଅମଳ ସମୟ ପାଖେଇ ଆସିଲାଣି। ଏଣୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ଅଧିକ ସମୟ କଷ୍ଟ କରିବାକୁ ପଡିବନି ବୋଲି କହିଛନ୍ତି  ଗୋୟଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.