ଆଳୁର ପାଇକାରୀ ମୂଲ୍ୟ ୨୨ଟଙ୍କା- ବିକ୍ରି ହେଉଛି ୩୨, ପିଆଜ ଦର ୪୫

Published By : Prameya-News7 Bureau | January 07, 2020 IST

ଭୁବନେଶ୍ୱର ୦୬।୦୧ ଶସ୍ତାରେ କିଣି ଚଢା ଦାମରେ ଆଳୁ ବିକ୍ରି । ଏବେ ସମସ୍ତ ତରକାରୀ , ନିରାମିଷ ଓ ଆମିଷ ସବୁଥିରେ ଆଳୁର ଆବଶ୍ୟକତା ରହିଛି । ମାତ୍ର ଆଳୁଦର ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି । ପିଆଜ ଦର ଦେଢ ଶହରୁ ଖସି ୪୫ଟଙ୍କାରେ ପାଇକାରୀ ମୂଲ୍ୟ ପହଞ୍ଚିଥିବା ବେଳେ ଆଳୁଦର ବଢିଯାଇଛି । ରାଜଧାନୀର ଅନେକ ସ୍ଥାନରେ ପିଆଜ ଏବେ ବି ୭୦ ଟଙ୍କାରେ ବିକ୍ରି ହେଉଛି ।

{"id":207746,"sizeSlug":"large"}

ଏବେ ଆଳୁ ଗଦି ବା ଆଳୁ ଗୋଦାମରେ ଆଳୁକୁ ପାଇକାରୀ ଦର ୨୨ ଟଙ୍କାରେ ବିକ୍ରି କରାଯାଉଛି । ମାତ୍ର ଖୁଚୁରା ବେପାରୀ ଏହାକୁ କିଲୋପ୍ରତି ୩୨ ଟଙ୍କାରେ ବିକ୍ରି କରୁଛନ୍ତି । ଯୋଗାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

{"id":144775,"sizeSlug":"large"}

ଏବେ ବଜାରକୁ ନୂଆ ଆଳୁ ଆସିଲାଣି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ନୂଆ ଆଳୁ ଆସିଛି । ମାତ୍ର ଦର ଖୁଚୁରା ବଜାରରେ କମି ନାହିଁ । ଆଳୁକୁ କିଛି ବେପାରୀ ବଜାରକୁ ନ ଛାଡିବାରୁ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବଜାରରେ ଆଳୁର ଏକ ପ୍ରକାରର ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇଛି ।

{"id":207745,"sizeSlug":"large"}

ପିଆଜର ପାଇକାରୀ ମୂଲ୍ୟ ୪୫ ଟଙ୍କା ରହୁଛି । ରାଜଧାନୀର ବିଭିନ୍ନ ହାଟରେ ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ କେତକସ୍ଥାନରେ ୭୦ ଟଙ୍କାରେ ବିକ୍ରି ହେଉଛି ।

ଆସନ୍ତା ଦିନି ଦୁଇ ଦିନ ମଧ୍ୟରେ ଆଳୁର ଦର ହ୍ରାସ ପାଇବ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.