ଆଳୁ ବଜାରରେ ନିଆଁ

Published By : Prameya-News7 Bureau | May 09, 2018 IST

ଗତ କିଛି ଦିନ ମଧ୍ୟରେ ଖୁଚୁରା ବଜାରରେ ଆଳୁ ଦର ୨୦ ଟଙ୍କାରେ ପହଞ୍ଚିଲାଣି । ଆଳୁ କଳାବଜାର  ରୋକିବାକୁ କଳବଜାରୀଙ୍କୁ ବାନ୍ଧ । ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଅତ୍ୟାବଶ୍ୟକ ଦ୍ରବ୍ୟ ଆକ୍ଟ ୧୯୫୫ ଆଧାରରେ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଧାର୍ଯ୍ୟ ପରିମାଣଠାରୁ ଅଧିକ ରଖିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଇକାରୀ  ବ୍ୟବସାୟୀ କେତେ ଆଳୁ ମହଜୁଦ ରଖିପାରିବେ, ତାହା ପରିମାଣ ମଧ୍ୟ ମନ୍ତ୍ରୀ ଧାର୍ଯ୍ୟ କରିଛନ୍ତି । କଟକ ହୋଲସେଲ ବଜାରରେ ୫ଶହ କୁଇଣ୍ଟାଲ, ଅନ୍ୟ ସହର ଯେପରିକି ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରରେ ୩୫୦ କୁଇଣ୍ଟାଲ ରଖିପାରିବେ । ଚଳିତ ବର୍ଷ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆଳୁ ଉତ୍ପାଦନ କମ୍ ହୋଇଥିବାରୁ ତାର ପ୍ରଭାବ ରାଜ୍ୟ ଉପରେ ପଡିଛି ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଓଡ଼ିଶାରେ ବାର୍ଷିକ ୧୩ ଲକ୍ଷ ୫୦ ହଜାର ଟନ୍  ଆଳୁ ଆବଶ୍ୟକତା ରହିଛି । ହେଲେ ଓଡ଼ିଶାର ନିଜସ୍ବ ଉତ୍ପାଦନ ମାତ୍ର ୭୦ ହଜାର ଟନ୍  । ଫଳରେ ଆଳୁର ଦର ବଢୁଛି । ଆଳୁର ଗଛିତ ପରିଣାମକୁ ନେଇ ସରକାରଙ୍କ ନୀତିକୁ ବ୍ୟବସାୟୀ ସଂଘ ସ୍ବାଗତ କରୁଛି । କିନ୍ତୁ ଏହା ଫଳରେ ଆଳୁ ଦର କମିବା ପରିବର୍ତ୍ତେ  ବଢିବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.