Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେକର୍ଡ ଭାଙ୍ଗିଲା ଆଳୁ ଦାମ୍ : ମାସେରେ ହେଲା ଡବଲ୍

26/08/2020 at 6:33 PM

ନୂଆଦିଲ୍ଲୀ ୨୬/୦୮ : ମୌସୁମୀ ଓ କରୋନା ଯୋଗୁଁ ପନିପରିବା ଦାମ ଆକାଶ ଛୁଆଁ ହୋଇଛି | ପନିପରିବା ଭିତରେ ରାଜା କୁହାଯାଉଥିବା ଏବଂ ସବୁଠାରୁ ଅଧିକ ଆବଶ୍ୟକୀୟ କୁହାଯାଉଥିବା ଆଳୁ ମଧ୍ୟ ମହଙ୍ଗା ହୋଇଛି | ଆଳୁ ଦାମ ବୃଦ୍ଧି ପାଇଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି | ଦେଶର ଅନେକ ସହରରେ ଆଳୁ କିଲୋ ୪୦ ଟଙ୍କାରୁ ଅଧିକ ରହିଛି | ବ୍ୟବସାୟୀଙ୍କ ଅନୁଯାୟୀ ଯେପର୍ଯ୍ୟନ୍ତ ବଜାରକୁ ନୂଆ ଆଳୁ ନ ଆସିଛି ସେପର୍ଯ୍ୟନ୍ତ ଆଳୁ ଦାମ କମ ହେବନାହିଁ |

ଅନେକ ସହରରେ ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି | ଗୋଟିଏ ମାସରେ ଆଳୁ ଦାମ ଡବଲ ହୋଇଛି | କାରଣ ଆଳୁ ଶୀତଳ ଭଣ୍ଡାରରୁ ଆସୁଛି | ନୂଆ ଆଳୁ ଆସିବା ପରେ ହିଁ ଦାମ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି | ପଞ୍ଜାବରେ ଅକ୍ଟୋବର ମାସରୁ ଆଳୁ ବାହାରିବା ଆରମ୍ଭ ହୋଇଥାଏ | ଉତ୍ତର ପ୍ରଦେଶରେ ଆଳୁ ନଭେମ୍ବର ମାସରୁ ବାହାରିଥାଏ |

ଆଳୁ ଦାମ ବୃଦ୍ଧି ପାଇବା ସହ ଅନ୍ୟ ପନିପରିବା ଦାମ ମଧ୍ୟ ବୃଦ୍ଧି ପାଇଛି | ରାଜଧାନୀ ଦିଲ୍ଲୀରେ ଆଳୁ କିଲୋ ପ୍ରତି ୪୦-୪୨ ଟଙ୍କା ଥିବାବେଳେ, ମାୟନଗରୀ ମୁମ୍ବାଇରେ ୪୨-୪୫ ଟଙ୍କା ରହିଛି | ଅହମଦାବାଦରେ ୪୦-୪୨ ଟଙ୍କା ଥିବାବେଳେ ନାସିକରେ ୪୩ ଟଙ୍କା ରହିଛି |

   Related Posts