ସିମେଣ୍ଟ ଟ୍ରକ୍‌କୁ ଧକ୍କା ଦେଇ ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଆଳୁ ବୋହି ନେଇଗଲେ ଲୋକେ

Published By : Prameya-News7 Bureau | September 07, 2021 IST

ଚଣ୍ଡିଖୋଲ ୭।୯: ଓଲଟିଲା ଆଳୁ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି ।

{"id":507446,"width":754,"height":566,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଟକ ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଛତିଆଠାରେ ରାସ୍ତାରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡିଥିଲା । ଅଳ୍ପକେ ଟ୍ରକ୍ ଡ୍ରାଇଭରଟି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ହେଲେ ଟ୍ରକରେ ଯାଉଥିବା ଆଳୁ ରାସ୍ତା କଡରେ ଢାଳି ହୋଇଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇ ଯାଇଥିଲେ । ଆଳୁ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିଲା । ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.