ଆଳୁ ରସରେ ମିଶାନ୍ତୁ ଏହି ଜିନିଷ, ଶ୍ୟାମଳ ଚେହେରା ହୋଇଯିବ ଗୋରା

Published By : Prameya-News7 Bureau | May 22, 2019 IST

wp:heading {"level":5}
ଆଜିକାଲିର ଫ୍ୟାସନ ଯୁଗରେ ସମସ୍ତେ ସୁନ୍ଦର ଏବଂ ଷ୍ଟାଇଲିସ୍ ହେବାକୁ ପସନ୍ଦ କରନ୍ତି।  କିନ୍ତୁ ଗ୍ରୀଷ୍ମ ଋତୁରେ ତ୍ବଚା କଳା ହେବା ଓ ଟାନ ପଡିବା ଏକ ସାଧାରଣ କଥା। ଅତ୍ୟନ୍ତ ଖରାର ପ୍ରଭାବରେ ଚେହେରାରେ ରିଙ୍କଲ ପଡିଥାଏ।  ଏହି ଗ୍ରୀଷ୍ମଦିନେ ଖରାରେ ବାହାରକୁ ଯିବା ଦ୍ବାରା ତ୍ବଚା ଉପରେ କୁପ୍ରଭାବ ପଡ଼ିଥାଏ। କାରଣ ଖରାରେ ବାହାରିବା ଦ୍ବାରା ବିଭିନ୍ନ ପ୍ରକାର ତ୍ବଚା ସମ୍ବନ୍ଧୀୟ ଇନଫେକ୍ସନ ହୋଇଥାଏ।
/wp:heading {"id":114713,"width":563,"height":422}
wp:heading {"level":5}
ଏଥିପାଇଁ ସନସ୍କ୍ରିନ ଲୋସନ ବ୍ୟବହାର କରାଯାଇଥାଏ। ଖରାରୁ ବଞ୍ଚିବା ପାଇଁ କୌଣସି ଉପାୟ ନାହିଁ ସତ କିନ୍ତୁ ନିଜ ତ୍ବଚାର ଧ୍ୟାନ ରଖିବା ପାଇଁ ଅନେକ ଉପାୟ  ଅଛି।ତେବେ ଜାଣନ୍ତୁ ଏମିତି ଏକ ଉପାୟ ବିଷୟରେ ଯାହା ଦ୍ବାରା ଚେହେରାର ଚମକ ଓ ଗୋରାପଣ ବଢିବ। ଏହି ଘରୋଇ ଉପଚାର କରିଲେ ଚେହେରା ଖରାରେ ମଧ୍ୟ ଠିକ୍‌ ରହେ।
/wp:heading {"id":114714,"width":601,"height":330}
wp:heading {"level":5}
ଏଥିପାଇଁ ପ୍ରଥମେ ୨୪ ଗ୍ରାମ ଆଳୁର ରସ କାଢିବା ପାଇଁ ପଡିବ। ସେଥିରେ ୨୦ ଗ୍ରାମ ମୁଲତାନି ମାଟି ମିଶାଇବାକୁ ପଡିବ। ଏହି ମିଶ୍ରଣକୁ ରାତି ସାରା ଥଣ୍ଡା ଜାଗାରେ ରଖିବା ଜରୁରୀ।  ସକାଳେ ଚେହେରାରେ ଲଗାଇ ୧୦ ମିନଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇଲା ପରେ ତ୍ବଚା କୋମଳ ହୋଇଥାଏ।
/wp:heading {"id":114716,"width":559,"height":419}
wp:heading {"level":5}
ଏହା ପରେ ସଂଧ୍ୟା ସମୟରେ ଏହି ମିଶ୍ରଣରେ ୨୦ ବୁନ୍ଦା ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇବା ଲାଭଦାୟକ ହୋଇଥାଏ। ଏହି ପ୍ରକ୍ରିୟା ସକାଳେ ସଂଧ୍ୟାରେ ଦୁଇ ସପ୍ତାହ ଯାଏଁ ଲଗାତାର କରିଲେ ତ୍ବଚାର ଚମକ ଫେରିଆସିଥାଏ।
/wp:heading {"id":114717,"width":568,"height":378}
wp:heading {"level":5}
ଏହା ପ୍ରତିଦିନ କରିଲେ ମଧ୍ୟ ତ୍ବଚା ପାଇଁ ଭଲ ।ମୁଲତାନି ମାଟି ଓ ଆଳୁ ରସ ଚେହେରାରେ ଲଗାଇଲେ ଗୋରାପଣ ସହ ତ୍ବଚାର ଚମକ ବଜାୟ ରଖେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.