Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ରାମବାଣ ଆଳୁ: ରହିଛି ଅନେକ ଲାଭ, ଏହି ଉପାୟରେ ବ୍ୟବହାର କରନ୍ତୁ

16/02/2021 at 7:09 PM

ଭୁବନେଶ୍ୱର ୧୬/୦୨ : ଆଜିକାଲି ଅଧିକାଂଶ ଲୋକ ରାତିରେ ବିଳମ୍ବରେ ଶୋଉଛନ୍ତି। ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଉଛନ୍ତି ଲୋକେ। ବିଶେଷକରି ରାତି ସମୟରେ ଅଧିକ ମୋବାଇଲ ବ୍ୟବହାର କରିଥାନ୍ତି। ଯେଉଁଥିପାଇଁ ଆଖି ତଳେ କଳା ଦାଗ ହୋଇଯାଏ। ଏହା ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି।  ଭାରତରେ ମହିଳାମାନଙ୍କ ମଧ୍ୟରେ ରକ୍ତଭାବ ବା ଏନିମିଆ ମଧ୍ୟ ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଓଜନ କମ କରିବାକୁ ଯାଇ ଆଳୁ ଖାଉନାହାନ୍ତି। କିନ୍ତୁ ଆଳୁର ଅନେକ ଫାଇଦା ମଧ୍ୟ ଅଛି।

ଯଦି ଆପଣଙ୍କ ଚୁଟି ପାଚି ଯାଉଛି ଆଉ ଆପଣ ରଙ୍ଗ କରୁଛନ୍ତି ତାହେଲେ ହେୟାର କଲର ପରିବର୍ତ୍ତେ ଆଳୁ ଚୋପା ବ୍ୟବହାର କରିପାରିବେ। ଗୋଟିଏ ଗିନା ଆଳୁ ଚୋପାକୁ ଅଧା ଲିଟର ପାଣିରେ ଫୁଟାଇ ଦିଅନ୍ତୁ। ପାଣି ଫୁଟି ଫୁଟି ୪-୫ ଚାମଚ ହୋଇଗଲେ ତାକୁ ଥଣ୍ଡା କରି କେଶ ମୂଳରେ ଲଗାନ୍ତୁ।

ଆଳୁ ଚୋପା ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଆଳୁରେ ଭିଟାମିନ-ସି ଓ ପୋଟାସିୟମ ରହିଛି। ଏହି ଦୁଇଟି ଭିଟାମିନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆଳୁକୁ ସବୁବେଳେ ଚୋପା ସହ ବ୍ୟବହାର କରିବ ଉଚିତ।

ଆଳୁ ଚୋପାରେ ଭରପୁର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ-ବି କମ୍ପ୍ଲେକ୍ସ ରହିଛି। ଆଳୁ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ। ସେଥିପାଇଁ ଭୋଜନରେ ଆଳୁକୁ ନିଶ୍ଚୟ ସାମିଲ କରନ୍ତୁ।

ଓଜନ କମ କରିବାକୁ ଆଳୁ ନ ଖାଇବାକୁ ଅନେକ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଯେକୌଣସି ଜିନିଷ ନିୟନ୍ତ୍ରିତ ମାତ୍ରାରେ ଖାଇବା ହାନିକାରକ ନୁହେଁ। ଠିକ ସେହିଭଳି ଆଳୁ ମଧ୍ୟ ନିୟନ୍ତ୍ରିତ ମାତ୍ରାରେ ଖାଇବା ହାନିକାରକ ନୁହେଁ। ସେଥିପାଇଁ ଭୋଜନରେ କିଛି ମାତ୍ରାରେ ଆଳୁ ନିଶ୍ଚୟ ସାମିଲ କରନ୍ତୁ। ଶରୀରକୁ କିଛି ମାତ୍ରାରେ ଫ୍ୟାଟ ଓ ଗ୍ଲୁକୋଜ ମଧ୍ୟ ଆବଶ୍ୟକ ହୋଇଥାଏ ଯାହା ଆଳୁ ପୁରା କରିଥାଏ।

   Related Posts