Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆନ୍ଦୋଳନକୁ ଓହ୍ଲାଇଲା ଘରୋଇ ଶୀତଳଭଣ୍ଡାର ମାଲିକ ସଂଘ : ଆଳୁ ସହ ଅନ୍ୟ ପରିବା ଦାମ ବଢିବା ଆଶଂକା

23/02/2019 at 4:27 PM

ଭୁବନେଶ୍ବର ୨୩|୨ (ଅମୀୟ ସିଂ) ; ଆଠ ଦଫା ଦବୀ ନେଇ ରାଜ୍ୟ ଥିବା ସମସ୍ତ ଶୀତଳ ଭଣ୍ଡାର ଶୁକ୍ରବାରଠାରୁ ବନ୍ଦ କରିଛନ୍ତି ଘରୋଇ ମାଲିକ । ସେପଷଯ ଦୁଇ ତିନ ଦିନ ଭିତରେ ଦର ଆକାଶ ଛୁଇଁ ହେବା ନେଇ ଆଶଙ୍କ ରହିଛି । ଅଭାବି ବିକ୍ରି ସାଙ୍ଗକୁ କଳାବଜାରୀର ଆଶଙ୍କା ରହିଥିବାବଳେ, ଚିନ୍ତାରେ ଚାଷୀ….

ଶୁକ୍ରବାର ଠାରୁ ରାଜ୍ୟରେ ଥିବା ସମସ୍ତ ଘରୋଇ ଶୀତଳ ଭଣ୍ଡାରରେ ତାଲା ପଡ଼ିଛି ।ଫଳରେ ଆଗାମି ଦୁଇରୁ ତିନିଦିନ ଭିତରେ ଆଳୁ ଦର ବଢିବା ଆଶଙ୍କା ରହିଛି । ବିଶେଷ କରି ବଜାରେ ଏବେ ଅଳୁ ଦର ୧୦ରୁ ୧୨ଟଙ୍କା ରହିଥିବାବେଳ ଖାଉଟିକୁ ଚଢା ଦରର ସମ୍ନା କରିବାକୁ ପଡିପରେ । ଆଉ ଅମଳ ସମୟରେ ମହାଙ୍ଗା ଦର ଦେଇ ଘରକୁ ନେବେ ଆଳୁ । ଯାହାକୁ ନେଇ ଏବେ ଠାରୁ ଆଶଙ୍କା ଦେଖା ଦେଇଥିବା ବେଳେ, ବଳାବଜାରୀର ସମ୍ଭବନା  ବି ଯଥେଷ୍ଟ ରହିଛି । କାରଣ ଦୀର୍ଘଦିନ ହେଲା ଘରୋଇ ଶୀତଳ ଭଣ୍ଡାର ଗୁଡ଼ିକ କ୍ଷତିରେ ଚାଲୁଛି । ବାର୍ଷିକ ପାଖାପାଖି ୫୦ରୁ ୬୦ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ୁଛି  । ସରାକର ଯେତିକି ପରିମାଣ ସବସିଡ଼ି ଦେଉଛନ୍ତି ତାହା  ଯଥେଷ୍ଟ ହେଉ ନଥିବା ସଂଘ କହିଛି ।ଫଳରେ ଏବେ ଶୀତଳ ଭଣ୍ଡାର ଖାଲିପଡ଼ିଛି ।

ରାଜ୍ୟରେ ମୋଟ ୧୫୦ଟି ଶୀତଳ ଭଣ୍ଡାର ରହିଥିବାବେଳ ସରାକଙ୍କ ଅଧୀନରେ କେବଳ ୧୨ଟି ରହିଛି । ଆଉ ସେଥିରୁ ୨ଟି ମାତ୍ର କାର୍ଯ୍ୟକ୍ଷମ ଅଛି।   ବଳକା ୧୩୮ଟି ଘରୋଇମାଲିକଙ୍କ ରହିଥିବାବେଳେ, ୩୮ଟି କାର୍ଯ୍ୟକ୍ଷମ । ତେବେ ସରାକରଙ୍କୁ ବାରମ୍ବାର ଅବଗତ କରିବା ପରେ ବି ସରାକର ସମସ୍ୟାକୁ ଗୁରୁତ୍ବ ଦେଉ ନାହାନ୍ତି । ଫଳରେ ୮ଦଫା ଦବୀ ପୁରଣ ନହେବା ପର୍ଯ୍ୟନ୍ତ ଶୀତଳଭଣ୍ଡାର ଚାଲୁ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ଶୀତଳଭଣ୍ଡାର ଘରୋଇମାଲିକ ସଂଘ ।ବିଶେଷ କରି ବିଦ୍ୟୁତ ବିଲରେ ୫୦ପ୍ରତିଶତ ରିହାତି, ୩ରୁ୪ବର୍ଷ ହେଲ କ୍ଷତି ବାବାଦକୁ ପ୍ରତ୍ୟକ ଶୀତଳଭଣ୍ଡାର ମାଲିକଙ୍କୁ ୨କୋଟିଟଙ୍କାର ସହାୟତ ଆଦି ଦାବି ରହିଛି ।  

ଅମଳ ସମୟ ହେତୁ ଶୀତଳଭଣ୍ଡାରରେ ମାଲ ଗଛିତ ରଖି  ଭଲ ଦୁଇ ପଇସା ରୋଜଗାର କରିବାକୁ ଚାଷି ଚିନ୍ତା କରୁଥିବାବେଳ, ଏଭଳି ଘଟଣା ଚାଷିର ଚିନ୍ତା ବଢାଇ ଦେଇ । ସେପଟେ ଗୋଟିଏ ଶୀତଳଭଣ୍ଡାରରେ ମାଲରଖିବା କ୍ଷମତା ୫ହଜାର ମେଟ୍ରିକଟନ । ଏଠାରେ ଅନେକ ଲୋକ କାମ କରିବା ସହିତ ପରିବାର ଗୁଜୁରାଣ କରନ୍ତି । ମାତ୍ର ଏବେ ଶୀତଳ ଭଣ୍ଡାରରେ ମାଲ ନଥିବରୁ କାମ କରୁଥିବା ଲୋକଙ୍କ ଜୀବିକା ନେଇ ପ୍ରଶ୍ନ ଉଠୁଛି ।

ତେବେ ଘରୋଇ ମାଲିକ ଓ ସରକାରଙ୍କ ଟଣା ଓଟରା ଭିତରେ ସାଧାରଣ ଖାଉଟିକୁ ମହଙ୍ଗମାଡ଼ର ଆଶଙ୍କା ରହିଛି ।

   Related Posts