ଲାଲୁ ଯାଦବଙ୍କୁ ଝଟକା, ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି, ନଭେମ୍ବର ୨୭କୁ ଶୁଣାଣି ଧାର୍ଯ୍ୟ

Published By : Prameya-News7 Bureau | November 06, 2020 IST

ଝାଡଖଣ୍ଡ ୦୬/୧୧ : ଏବେ ଜେଲରୁ ମୁକୁଳିବେନି ଲାଲୁ ପ୍ରସାଦ ଯାଦବ । ଶୁକ୍ରବାର ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ତେବେ ଜାମିନର ଶୁଣାଣି ପାଇଁ ପୁନଶ୍ଚ ନଭେମ୍ବର ୨୭କୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଦୁମକା ଟ୍ରେଜେରିରୁ ଅବୈଧ ଭାବେ ୧୩୯ କୋଟି ଟଙ୍କା ଉଠାଣ ଓ ୩.୧୩ କୋଟି ଟଙ୍କା ହେରଫେର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ସଜା ଶୁଣାଇବା ସହ ଆର୍ଥିକ ଜରିମାନା ମଧ୍ୟ ଆଦାୟ କରିଥିଲେ କୋର୍ଟ । ତେବେ ସଜା କାଟିବାର ଅଧା ବର୍ଷ ପୂରିଯାଇଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ଲାଲୁଙ୍କ ଓକିଲ ପ୍ରଭାତ କୁମାର।

ତେବେ ସିବିଆଇ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇନଥିବାରୁ ଆସନ୍ତା ନଭେମ୍ବର ୨୭କୁ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ତା ସହିତ ନଭେମ୍ବର ୨୩ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସିବିଆଇକୁ କହାଯାଇଛି। ଲାଲୁ ଯାଦବଙ୍କୁ ଚାରା ଘୋଟାଲା ମାମଲାରେ ମୋଟ ୫ଟି ରୁ  ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସେହି ୪ ମାମଲା ମଧ୍ୟରୁ ୩ଟିରେ ଲାଲୁଙ୍କୁ ବେଲ ମିଳିସାରିଛି । ତେବେ ପରବର୍ତ୍ତୀ ଶୁଣାଣି ଅର୍ଥାତ ନଭେମ୍ବର ୨୭ ଯାଏଁ ଲାଲୁଙ୍କୁ ଜେଲ ରହିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.