Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ACFO ସୌମ୍ୟଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ : ଶରୀରର ୯୫ % ପୋଡି ହୋଇଥିବାରୁ ମୃତ୍ୟୁ ହୋଇଛି, ମୃତ୍ୟୁବେଳେ ପେଟ ଖାଲିଥିଲା

26/07/2021 at 4:38 PM

କଟକ।ଉଦଳା ୨୬।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଭିତରକୁ ଠେଲି ହୋଇଯାଉଛି । ଏହି ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏଭଳି ସ୍ଥଳେ ଏସିଏଫଓ ଡେଥ୍ ମିଷ୍ଟ୍ରିରେ ଥାର୍ଡ ପର୍ସନ ନାଁ ଉଠୁଥିବା ବେଳେ ପରିବାର ଲୋକଙ୍କ ହାତରେ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ । କଟକ ମର୍କତନଗର ଥାନାରେ ପହଞ୍ଚିବା ପରେ ସୌମ୍ୟଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏସିଏଫଓ ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ନିଆଁରେ ୯୫ ପ୍ରତିଶତ ପୋଡି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ହୋଇଛି ମୃତଦେହ ପୋଷ୍ଟମର୍ଟମ। ମୃତ୍ୟୁବେଳେ ସୌମ୍ୟରଞ୍ଜନ ପାକସ୍ଥଳୀ ସମ୍ପୂର୍ଣ୍ଣ ଖାଲିଥିଲା ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ମୃତ ଶରୀରରୁ କିରୋସିନ ଗନ୍ଧ ଆସୁଥିବା ରିପୋର୍ଟରେ ଉଲ୍ଲେଖ ।

ସେପଟେ ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସୌମ୍ୟଙ୍କ ବାପା । ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଘରେ ଧାରଣା ଦେବା ପାଇଁ ସୌମ୍ୟଙ୍କ ବାପା କହିଛନ୍ତି । ଆବଶ୍ୟକ ହେଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ । ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଅସନ୍ତୁଷ୍ଟ ସେ ପ୍ରକାଶ କରିଛନ୍ତି ।  ବିଦ୍ୟାଭାରତୀଙ୍କ ଫ୍ରେଣ୍ଡ୍ ଲିଷ୍ଟର ତଦାରଖ ହେଉ ବୋଲି ସେ ଦାବି କରିଛନ୍ତି ।

ସେପଟେ ଏହି ମାମଲାର ତଦନ୍ତ ପୋଲିସ କରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସକୁ ସହଯୋଗ କରୁଛି । ଡିଏଫଓଙ୍କ ସହିତ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଲିଙ୍କକୁ ନେଇ ପୋଲିସ ଖୋଳତାଡ କରିବା ପରେ ବଲାଙ୍ଗୀରରେ ହୋଇଥିବା ପାର୍ଟିକୁ ନେଇ ପୋଲିସ ତଦନ୍ତ କରିଥିଲା । ରବିବାର ବଲାଙ୍ଗୀର ପ୍ରାଣୀଧନ ଟ୍ରେନିଂ ସେଣ୍ଟରରେ ବିଦ୍ୟାଭାରତୀ ରହୁଥିବା ୧ ନଂ ରୁମକୁ ପୋଲିସ ସିଲ୍ କରିଛି । ଏହାସହିତ ବଲାଙ୍ଗୀରରେ ତଦନ୍ତ ସମୟରେ ପୋଲିସ ହାତରେ ବିଦ୍ୟାଭାରତୀ ଏବଂ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଲାଗିଛି କିଛି ପ୍ରମାଣ । ବିଦ୍ୟାଭାରତୀଙ୍କ ରୁମ୍ ଭିତରୁ ମିଳିଥିବା ଚିଠିରେ ସଂପୃକ୍ତ ଯୁବକଙ୍କ ନାମ ରହିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଲେଖା ହୋଇଥିବା ବିଶେଷସୂତ୍ରରୁ ଖବର ମିଳିଛି ।

ଏହାସହିତ ଅପ୍ରେଲ ୧୧ ତାରିଖରେ  ବିଦ୍ୟାଙ୍କୁ ବଲାଙ୍ଗୀର ଛାଡିବା ନିମନ୍ତେ ଉକ୍ତ ଯୁବକ ଜଣଙ୍କ ଯାଇଥିବା ଏବଂ ସେଠାରେ ଏକ ହୋଟେଲରେ ଯୁବକ ରହିଥିବାର ମଧ୍ୟ ତଥ୍ୟ ଲାଗିଛି ପୋଲିସ ହାତରେ । ତେବେ ସେହି ଥାର୍ଡ ପର୍ସନ ବା ସେହି ଯୁବକ ଜଣଙ୍କ କିଏ ? ଶୁଣିବାକୁ ମିଳୁଛି ଯୁବକ ଜଣଙ୍କର ଘର ବିଦ୍ୟାଭାରତୀଙ୍କ ଘରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ବୋଲି । ତେବେ ପୋଲିସ ସ୍କାନରକୁ ଉକ୍ତ ଯୁବକ ଆସିବେ ନା ନାହିଁ ଏବଂ ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଏହି ଯୁବକଙ୍କର କୌଣସି ସଂପୃକ୍ତି ରହିଛି କି ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ ।

   Related Posts