Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ନିର୍ବାଚନରେ ହାର୍‌ଜିତ୍‌କୁ ନେଇ ଗଞ୍ଜାମ ରାଜନୀତିରେ ଚାଲିଛି ପୋଷ୍ଟମର୍ଟମ, ବିଜେଡି ଓ କଂଗ୍ରେସର ଭୋଟ୍ ହାର କମିଥିବା ବେଳେ ବିଜେପି ପ୍ରତି ବଢିଛି ସମର୍ଥନ

28/05/2019 at 4:42 PM

ଗଞ୍ଜାମ ୨୮|୫: ନିର୍ବାଚନରେ ହାର୍‌ଜିତ୍‌କୁ ନେଇ ଗଞ୍ଜାମ ରାଜନୀତିରେ ଚାଲିଛି ପୋଷ୍ଟମର୍ଟମ । ବ୍ରହ୍ମପୁର ଲୋକସଭା ସମେତ ବିଧାନସଭା ମଣ୍ଡଳୀରେ ବିଜେଡିର ବାଜିମାତ୍‌ ପରେ ବି ଭୋଟ ହାରକୁ ନେଇ ଚାଲିଛି ଅଙ୍କ କଷା । ବିଜେଡି ଓ କଂଗ୍ରେସର ଭୋଟ୍‌ ହାର କମିଥିବା ବେଳେ ବିଜେପି ପ୍ରତି ବଢ଼ିଛି ସମର୍ଥନ । କେମିତି ଚାଲନ୍ତୁ ଦେଖିବା ।

ନିର୍ବାଚନରେ ହାର୍‌ଜିତ୍‌ର ଫୈସଲା ହୋଇସାରିଛି । ଏବେ ଭୋଟ୍‌ ହାରକୁ ନେଇ ଚାଲିଛି ଅଙ୍କ କଷା । କୋଉଠି କିଏ କୋଉଠି କେତେ ବ୍ୟବଧାନରେ ଜିତିଲା, ଆଉ କାହାକୁ କେତେ ଭୋଟ୍‌ରେ ହାରିବାକୁ ପଡ଼ିଲା ତା’ର ଗୋଟେ ରିତିମତ ପୋଷ୍ଟମର୍ଟମ ଚଳାଇଛନ୍ତି ନେତା । ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଗଞ୍ଜାମ ଜିଲ୍ଲାରେ ବାଜିମାତ୍‌ କରିଛି ବିଜେଡି ।

ବ୍ରହ୍ମପୁର ଲୋକସଭା ସମେତ ୧୩ରୁ ୧୨ ବିଧାନସଭା ଆସନରେ ଦଳର ଦବଦବା ପ୍ରମାଣିତ ହୋଇଛି । ହେଲେ ଏଥର ହାତରୁ ଖସିଛି ସାନଖେମୁଣ୍ଡି । ଏଠାରୁ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ ଲାଗିଛି ବଡ଼ ଝଟ୍‌କା । ଏଥର ସାନଖେମୁଣ୍ଡିବାସୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କୁ ପୁଣି ପିନ୍ଧାଇଛନ୍ତି ବିଜୟ ଟୀକା । ପୂରା ଜିଲ୍ଲାରେ ଏଇ ଗୋଟିଏ ଆସନ ଛାଡ଼ିଦେଲେ ଆଉ କୋଉଠି ବି ଖାତା ଖୋଲିବାକୁ ସକ୍ଷମ ହୋଇନି କଂଗ୍ରେସ ।

ନିର୍ବାଚନରେ ସଫଳତା ପାଇଥିଲେ ମଧ୍ୟ କମିଛି ବିଜେଡିର ଭୋଟ୍‌ ହାର ।  ସେପଟେ ୨୦୧୪ ତୁଳନାରେ ବିଜେପିର ଭୋଟ୍‌ ହାର ବଢ଼ିଛି । ପୋଲସରା ନିର୍ବାଚନ ମଣ୍ଡଳିର ଭୋଟ୍‌ ପର୍ସେଣ୍ଟେଜ୍‌କୁ ଆମେ ଯଦି ପରଖିବା ତାହେଲେ ବିଜେପି ଏଠାରେ ଗତ ନିର୍ବାଚନରେ ୧୩.୩ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ଏଥର ୪୨.୮୭ ରେ ପହଞ୍ଚିଛି ବିଜେପିର ଭୋଟ୍‌ ପ୍ରତିଶତ । 

ସୋରଡ଼ାରେ ବିଜେଡିର ଗତଥରର ଭୋଟ୍‌ ହାର ୧୫.୨୪ ପ୍ରତିଶତ କମିଛି । ବିଜେଡି ଏଥର ଏଠାରେ ୫୦.୨୯ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଛି ୪୧.୦୯ ପ୍ରତିଶତ ଭୋଟ୍‌ । ଖଲିକୋଟ୍‌ରେ ଗତ ନିର୍ବାଚନରେ ୬୨.୭୦ ପ୍ରତିଶତ ଭୋଟ୍‌ ପାଇଥିବା ବିଜେଡି ଏଥର ୫୯.୯୮କୁ ଖସିଛି । ଯୋଉଠି କି ବିଜେପି ୧୨.୨୩ ପ୍ରତିଶତରୁ ୩୦.୯୬ ପ୍ରତିଶତକୁ ବଢ଼ିଛି ।

ସେହିଭଳି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ଭୋଟ୍‌ ବ୍ୟବଧାନ ଖୁବ୍‌ କମ୍‌ ରହିଛି । ଏଭଳି ପରିସ୍ଥିତିରେ ଭୋଟ୍‌ ହାର ବୃଦ୍ଧିକୁ ନେଇ ଆଗାମୀ ଦିନରେ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବ ବୋଲି କହିଛନ୍ତି ଦଳୀୟ ନେତା ।

   Related Posts