Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପୋଷ୍ଟମର୍ଟମ ବେଳେ କ’ଣ କ’ଣ ହୁଏ ? ବଡ଼ ଖୁଲାସା କଲେ ଜଣେ କର୍ମଚାରୀ

31/07/2021 at 10:23 PM

ନୂଆଦିଲ୍ଲୀ ୩୧/୭: ଏମିତି କିଛି ପ୍ରଫେସନ୍‌ ରହିଛି ଯାହାକୁ ନିଜର କ୍ୟାରିୟର ଭାବେ ବାଛିବାକୁ ଲୋକେ ସ୍ବପ୍ନରେ ବି କେବେ ଭାବନ୍ତି ନାହିଁ। ଏମିତି ଏକ କାମ ହେଉଛି ପୋଷ୍ଟମର୍ଟମ ହାଉସ୍‌ରେ ଚାକିରୀ କରିବା। ପୋଷ୍ଟମର୍ଟମ ହାଉସ୍‌ର ପାରିପାର୍ଶ୍ବିକ ପରିସ୍ଥିତି ସାମନ୍ୟ ନଥାଏ। ମଜଭୁତ ହୃଦୟ ଥିବା ବ୍ୟକ୍ତି ହିଁ ସେଠାରେ ରହି କାର୍ଯ୍ୟ କରିପାରିବେ। ସେମିତି ଜଣେ ବ୍ୟକ୍ତି ଆଲେକଜାଣ୍ଡରିଆ ବାଉଜର । ଯିଏକି ପୋଷ୍ଟମର୍ଟମ ରୁମରେ ପ୍ରକୃତ​‌ରେ କଣ ହୁଏ ସେନେଇ କହିଛନ୍ତି।

କେମିତି ତିଆରି ହୁଏ ପୋଷ୍ଟମର୍ଟମ ରିପୋର୍ଟ ?
ବିଶେଷ ଭାବେ ଏନାଟୋମିକାଲ୍‌ ପାଥୋଲୋଜି ଟେକନୋଲୋଜିଷ୍ଟ ଏବଂ ପାଥୋଲୋଜିଷ୍ଟ ଦ୍ବାରା ପୋଷ୍ଟମର୍ଟମ କରାଯାଇଥାଏ। ପୋଷ୍ଟମର୍ଟମ ମାଧ୍ୟମରେ ମୃତ୍ୟୁର କାରଣ ଖୋଜାଯାଏ। ଏହି ସମୟରେ କ୍ଷତ ସ୍ଥାନ, ଦାଗ ଆଦି ସମ୍ପର୍କରେ ବିସ୍ତୃତ୍ବ ଭାବେ ରିପୋର୍ଟ ଲେଖାଯାଏ । ଏନାଟୋମିକାଲ୍‌ ପାଥୋଲୋଜି ଟେକନୋଲୋଜିଷ୍ଟ ଏବଂ ପାଥୋଲୋଜିଷ୍ଟ ନିଜ ନିଷ୍କର୍ସରେ ସନ୍ତୁଷ୍ଟ ହୋଇଗଲା ପରେ ରିପୋର୍ଟ ପ୍ରସ୍ତୁତ ହୋଇଥାଏ।

ପୋଷ୍ଟମର୍ଟମ ପରେ କଣ ହୁଏ ?
ପୋଷ୍ଟମର୍ଟମ କରିବା ପରେ ଏବଂ ରିପୋର୍ଟ ପ୍ରସ୍ତୁତ ହୋଇଗଲେ ପୁଣି ଥରେ ଅଙ୍ଗଗୁଡ଼ିକୁ ଶରୀର ମଧ୍ୟରେ ଭର୍ତ୍ତି କରାଯାଏ। ଏହାକୁ ପରେ ଫ୍ରିଜ୍‌ରେ ରଖାଯାଏ। ପୂରା ପ୍ରକ୍ରିୟାରେ ପାଖାପାଖି ଘଣ୍ଟାଏ ସମୟ ଲାଗିପାରେ। କିନ୍ତୁ ଏହା ମାମଲା ଉପରେ ନିର୍ଭର କରେ।

ସହଜ ନୁହେଁ ଏ କାର୍ଯ୍ୟ
ଆଲେକଜାଣ୍ଡରିଆଙ୍କ ମତରେ ଏହି କାର୍ଯ୍ୟ ଏତେ ସହଜ ନୁହେଁ। ପ୍ରତି ଥର ମୁସକିଲ ଭରି ରହିଥାଏ। ଅନେକ ଥର କ୍ଷତବିକ୍ଷତ ଶରୀର ଆସିଥାଏ ଯାହାକୁ ପୋଷ୍ଟମର୍ଟମ କରିବା ଆହ୍ବାନପୂର୍ଣ୍ଣ ହୋଇଥାଏ । ବିଶେଷ କରି ଭାବନାତ୍ମକ ଦୃଷ୍ଟିକୋଣରୁ ସୁଇସାଇଡ୍‌ ମାମଲାରେ ପୋଷ୍ଟମର୍ଟମ କରିବା କଷ୍ଟସାଧ୍ୟ ହୋଇଥାଏ।  

ପୋଷ୍ଟମର୍ଟମରେ ରୋଷେଇ ସାମଗ୍ରୀର ପ୍ରୟୋଗ
ସେ ଖୁଲାସା କରିଛନ୍ତି, ପୋଷ୍ଟମର୍ଟମ ସମୟରେ ଅନେକ ଥର ରୋଷେଇ ସାମଗ୍ରୀର ବ୍ୟବହାର କରିବାକୁ ପଡ଼େ । ସ୍ପଞ୍ଜ , ଛୁରୀ, ବେଳେ ବେଳେ ଡଙ୍କିର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବିଶେଷ କରି ରିବ ଶିୟର, ଆରି, ଛୁଞ୍ଚି ଆଦିର ଉପଯୋଗ ଜରୁରୀ। ଏହି ସାମଗ୍ରୀ ଅନେକ ବର୍ଷ ଯାଏଁ ବଦଳାଯାଏ ନାହିଁ ବରଂ ବର୍ଷ ବର୍ଷ ପୂରୁଣା ଜିନିଷର ବ୍ୟବହାର କରାଯାଏ।

ପୋଷ୍ଟମର୍ଟମ କରୁଥିବା ଲୋକଙ୍କ ଜୀବନଶୈଳୀ
ଆଲେକଜାଣ୍ଡରିଆ କୁହନ୍ତ ପୋଷ୍ଟମର୍ଟମ ବେଳେ ଘଡ଼ି ଦେଖିହେବ ନାହିଁ। ଗୋଟିଏ ଦିନରେ ୬ ଛଅଟା ପୋଷ୍ଟମର୍ଟମ କାରିବାକୁ ହୁଏ। ଏହା ସହ କାଗଜ ପତ୍ର କାମ ସାଙ୍ଗକୁ ସଫା ସୁତୁରା କରିବାକୁ ପଡ଼େ। ମାନିସିକ ଏବଂ ଶାରୀରିକ ସ୍ତରରେ ମଜଭୁତ ହେବା ନିହାତି ଜରୁରୀ। ତାମାମ କଷ୍ଟ ସତ୍ବେ ତାଙ୍କୁ ଏହି କାର୍ଯ୍ୟ ଭଲ ଲାଗେ ବୋଲି ଆଲେକଜାଣ୍ଡରିଆ କହିଛନ୍ତି।

   Related Posts