'ବସୁନ୍ଧରା ନିଖୋଜ': ରାଜସ୍ଥାନରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

Published By : Prameya-News7 Bureau | June 11, 2021 IST

ରାଜସ୍ଥାନ ୧୧/୬ : କୁଆଡେ ଗଲେ ବସୁନ୍ଧରା ରାଜେ ? ନିଖୋଜ ହୋଇଗଲେ କି ବସୁନ୍ଧରା ଓ ତାଙ୍କ ପୁଅ । ରାଜସ୍ଥାନର ଝାଲଓ୍ୱାଡା ଏବଂ ଝାଲରାପାଟନର ସହରର କାନ୍ଥରେ ଲାଗିଛି ଏମିତି ପୋଷ୍ଟର । ବିଜେପି ବିଧାୟକ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ସାଂସଦ ଦୁଷ୍ୟନ୍ତ ସିଂ ନିଖୋଜ ଥିବା ନେଇ ଲାଗିଛି ପୋଷ୍ଟର । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଝାଲରାପାଟନ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବାବେଳେ ଦୁଷ୍ୟନ୍ତ ସିଂ ଝାଲାୱାର-ବାରନ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ଅଛନ୍ତି ।

ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଦୁଇ ବିଜେପି ନେତା ନିଖୋଜ ଅଛନ୍ତି, ଏବଂ ସେମାନଙ୍କ ଚିତ୍ର ମଧ୍ୟ ରହିଛି । ଏହି ପୋଷ୍ଟରରେ ଲେଖାଥିଲା, "ତୁମେ ଦୁହେଁ କେଉଁଆଡେ ଯାଇଛ, ସମଗ୍ର ଜାଲାୱାର ଜିଲ୍ଲାର ବାସିନ୍ଦାଙ୍କୁ ଏହି ଭୟଙ୍କର କରୋନା ଅବସ୍ଥାରେ ଏକାକୀ ଛାଡି ଦେଇ । ପୋଷ୍ଟରରେ ଆହୁରି ମଧ୍ୟ ଲେଖାଅଛି, "ଭୟ କର ନାହିଁ, ଘରକୁ ଆସ" । ଏହା ସହିତ ଏକ ହାସ୍ୟାସ୍ପଦ ସ୍ୱରରେ କୁହାଯାଇଛି, “ଲୋକମାନଙ୍କ ବିଷୟରେ କ’ଣ ? ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଲୋକେ ସବୁ ଭୁଲିଯିବେ ।

ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ଏଥିରେ କୁହାଯାଇଛି ଯେଉଁମାନେ ଏହି ୨ ନିଖୋଜ ନେତାଙ୍କ ସଂପର୍କରେ ସୂଚନା ଦେବ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେପଟେ ଉଭୟ ନିର୍ବାଚନମଣ୍ଡଳୀରେ ହଠାତ୍ ପୋଷ୍ଟର ଦେଖାଯିବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଏକ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଥିଲା । ସେମାନଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ପୋଲିସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ସହାୟତାରେ କାନ୍ଥରୁ ପୋଷ୍ଟର ହଟାଇବା ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.