ରିଲିଜ୍ ହେଲା ‘ମଲଙ୍ଗ’ର ପୋଷ୍ଟର, ଦିଶା ଓ ଆଦିତ୍ୟଙ୍କ ଦମ୍ଦାର ଲୁକ୍ ଭାଇରାଲ
3/01/2020 at 3:10 PM

ମୁମ୍ବାଇ୩|୧: ୨୦୨୦ ମସିହାରେ ଏମିତି ଅନେକ ଫିଲ୍ମ ରିଲିଜ ହେବ ଯାହାକୁ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି। ଏହି ଲିଷ୍ଟରେ ଫିଲ୍ମ ମଲଙ୍ଗ ସାମିଲ ଅଛି। ଏହି ଫିଲ୍ମରେ ଦିଶା ଓ ଆଦିତ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ପ୍ରଥମ ଥର ପାଇଁ ଦିଶା ପଟ୍ଟାନୀ ଏବଂ ଆଦିତ୍ୟ ରୟ କପୁରଙ୍କ ଯୋଡି ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ଜାନୁଆରୀ ମାସ ୬ତାରିଖରେ ରିଲିଜ୍ ହେବ। ଫିଲ୍ମ ପାଇଁ ଦିଶା ଓ ଆଦିତ୍ୟ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

ଫିଲ୍ମ ମଲଙ୍ଗର ଦୁଇଟି ପୋଷ୍ଟର ଆଜି ରିଲିଜ୍ ହୋଇଛି। ଗୋଟେ ପୋଷ୍ଟରରେ ଆଦିତ୍ୟ ରାୟ କାପୁରଙ୍କ ଫଟୋ ରହିଛି ଏବଂ ଅନ୍ୟଟିରେ ଦିଶା ପଟାନୀଙ୍କ ଫଟୋ ରହିଛି। ଏହି ଦୁଇ ପୋଷ୍ଟର ଦମଦାର ରହିଛି। ପୋଷ୍ଟର ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

ପୋଷ୍ଟରରେ ଆଦିତ୍ୟଙ୍କର ସିକ୍ସ୍ ପ୍ୟାକ୍ ଓ ଦିଶାଙ୍କ ଗ୍ଲାମରସ୍ ଲୁକ୍ ଅନେକ ଦର୍ଶକ ପସନ୍ଦ କରିଛନ୍ତି। ଏହି ପୋଷ୍ଟରରେ ଲେଖା ହୋଇଛି ଯେ, “ପାଗଲପନ ଶୁରୁ”। ପୋଷ୍ଟରକୁ ସେୟାର କରି ଆଦିତ୍ୟ ଲେଖିଛନ୍ତି ଯେ, ‘ପ୍ୟାର ଜିତନା ପବିତ୍ର ହୈ ଉତନୀ ନଫରତ ଭି’। ଦିଶା ଏହି ପୋଷ୍ଟର ସେୟାର କରି କ୍ୟାପ୍ସନ ଲେଖିଛନ୍ତି ଯେ, ‘ପ୍ୟାର ମେ ଏକ ସେ ଦୁସରେ କେ ଜୀବନ କୋ ଜିନା ହୈ’।

ଏହି ଫିଲ୍ମ ପ୍ରସ୍ତୁତିକୁ ନେଇ ଦିଶା ଏବଂ ଆଦିତ୍ୟଙ୍କ ଅଣ୍ଡର ଓ୍ଵାଟର କିସିଂଗ ସିନ୍ କୁ ନେଇ ଟ୍ରେନିଂ ଦିଆଯାଇଛି। ରିପୋର୍ଟ ଅନୁସାରେ ଗୋଟିଏ ସିନ୍ ପାଇଁ ଦିଶା ଏବଂ ଆଦିତ୍ୟଙ୍କୁ ୧ ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ରହିବାକୁ ପଡିଥିଲା। ଏହି ଶୁଟିଂ ଉଭୟ ଦିଶା ଓ ଆଦିତ୍ୟ ପାଇଁ ଖୁବ କଷ୍ଟକର ଥିଲା। ଫିଲ୍ମର ଅଧିକାଂଶ ସିନ୍ ଗୋଆରେ ଶୁଟ୍ ହୋଇଛି।

ଫିଲ୍ମ ସୁଟିଂ ସମୟର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫିଲ୍ମ ସୁଟିଂ ସମୟରେ ଆଦିତ୍ୟ ଏବଂ ଦିଶା ସ୍କୁଟରରେ ପୁରା ଗୋଆ ବୁଲିବାର ଖବର ମଧ୍ୟ ଶୁଣିବାକୁ ମିଳିଛି। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟ୍ଟାନୀ, କୁନାଲ ଖେମୁ ମଧ୍ୟ ନଜର ଆସିବେ। ଫିଲ୍ମ ମଲଙ୍ଗ ୨୦୨୦ ମସିହା ଫେବୃଆରୀ ମାସ ଭାଲେଣ୍ଟାଇନ ସପ୍ତାହ ୭ ତାରିଖରେ ରିଲିଜ୍ ହେବ ବୋଲି କୁହାଯାଇଛି।